Odiapua.com

ଓଡ଼ିଶାର ତିନୋଟି ଜିଲ୍ଲାରେ ଅର୍ଦ୍ଧାଧିକ କରୋନା ଆକ୍ରାନ୍ତ – ବାଲେଶ୍ୱରରେ ଶତାଧିକ

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଗଞ୍ଜାମ ଜିଲ୍ଲା ସର୍ବୋଚ୍ଚରେ ଥିବା ବେଳେ ବାଲେଶ୍ୱର ଜିଲ୍ଲା ଏବେ ଯାଜପୁରକୁ ପଛରେ ପକାଇ ଦେଇଛି। ଏହା ପରେ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବା ବେଳେ ଗୋଟିଏ ଭଲକଥା ହେଉଛି ଯାଜପୁରରେ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଉପରୋକ୍ତ ତିନୋଟି ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟାରେ ଥିବା ମୋଟ ଆକ୍ରାନ୍ତମାନଙ୍କର ଅର୍ଦ୍ଧାଧିକ। ବିଶୋଷକରି ପ୍ରବାସୀଙ୍କ ଫେରିବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। ସବୁଠାରୁ ଅଧିକ ଚିନ୍ତା ପ୍ରଦାନ କରୁଛନ୍ତି ସୁରାଟ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ବାହାରିବା। ତେବେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୨୬୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୬୧ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ୧ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ ପହଁଚିଥିବା ବେଳେ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୮୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ତୃତୀୟ ସାଥାନରେ ରହିଛି ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ୯୦ ଆକ୍ରାନ୍ତ ହୋଇଥିବା ବେଳେ ୫୨ ସୁସ୍ଥ ହୋଇ ସାରିଲେଣି ଯାହାକି ବହୁତ ଭଲଖବର ରାଜ୍ୟପାଇଁ ଏବଂ ଜିଲ୍ଲାପାଇଁ ମଧ୍ୟ। ଏବେ ୩୮ ଏହି ଜିଲ୍ଲାରେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେଣୁ ଏହି ତିନୋଟି ଜିଲ୍ଲାରେ ଏବଂ ମୋଟ ୪୫୬ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୭୫ ସୁସ୍ଥ ହୋଇଘରକୁ ଫେରିଛନ୍ତି ୩୮୦ ଜଣ ଏବେ ଚିକିତ୍ସିତ ହଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ ୫୩ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬ ଜଣ ବର୍ତ୍ତମାନ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୪୬ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୫ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସୁନ୍ଦରଗଡ ଜିଲ୍ଲାରେ ୨୬ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୪ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ୨୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୦ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଅନୁଗୁଳ ଜିଲ୍ଲାରେ ୧୫ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୧୫ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ପୁରୀ ଜିଲ୍ଲାରେ ୧୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୩ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୯ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୯ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଜଗତସିଂହପୁର ଜିଲ୍ଲାରେ ୫ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୫ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ବୌଦ୍ଧ ଜିଲ୍ଲାରେ ୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୪ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

କଟକ ଜିଲ୍ଲାରେ ୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

କେନ୍ଦୁଝର ଜିଲ୍ଲାରେ ୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି।

ନୟାଗଡ଼ ଜିଲ୍ଲାରେ ୪ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ ଚିକିତ୍ସିତ ହେଉଛନ୍ତି।

ବାଲାଙ୍ଗୀର ଜିଲ୍ଲାରେ ୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣ ଚିକିତ୍ସିତ ହେଉଛନ୍ତି।

ଦେବଗଡ଼ ଜିଲ୍ଲାରେ ୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଜଣେ ଆଜି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଝାରସୁଗୁଡା ଜିଲ୍ଲାରେ ୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଝାରସୁଗୁଡ଼ା କରୋନା ଆକ୍ରାନ୍ତ ମୁକ୍ତ ଜିଲ୍ଲା।

କାଲାହାଣ୍ଡି ଜିଲ୍ଲାରେ ୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ କଳାହାଣ୍ଡି ମଧ୍ୟ କରୋନା ଆକ୍ରାନ୍ତ ମୁକ୍ତ ଜିଲ୍ଲା।

ଢେଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଢେଙ୍କାନାଳ ମଧ୍ୟ କରୋନା ଆକ୍ରାନ୍ତ ମୁକ୍ତ ଜିଲ୍ଲା।

କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ କୋରାପୁଟ ମଧ୍ୟ କରୋନା ଆକ୍ରାନ୍ତ ମୁକ୍ତ ଜିଲ୍ଲା।

ତେବେ ସମୁଦାୟ ୬୭୨ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୧୬୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୦୩ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।