Odiapua.com

ଓଡ଼ିଆ ଭାଷା ସଂପାନ ଓ ସାହିତ୍ୟ ପ୍ରତିଯୋଗିତା

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରସାର ପରିପ୍ରେକ୍ଷୀରେ ଭଦ୍ରକ ମହିଳା ମହାବିଦ୍ୟାଳୟ ଓ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟୋଜିତ ଦ୍ୱିତୀୟ ସଂପାନରେ ମୁଖ୍ୟ ଆଲୋଚକ ଭାବରେ ପ୍ରଫେସର ନଟବର ଶତପଥୀ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଜାତିର ଅସ୍ମିତା ସମ୍ବନ୍ଧରେ ଦୀର୍ଘ ଦୁଇ ଘଣ୍ଟାର ଦୀକ୍ଷାନ୍ତ ଭାଷଣରେ ଏକ ଭାଷାର ସମୃଦ୍ଧି ହିଁ ସେହି ଜାତିର ଗୌରବ ବହନ କରେ ବୋଲି ମତବ୍ୟକ୍ତ କରିଥିଲେ । ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଂପାନରେ ଅଧ୍ୟକ୍ଷା ସୁପ୍ରୀତି କର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ଡ. ଅନୀତାରାଣୀ ବାରିକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ମଧୁବ୍ରତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବି ଭରତ ଚନ୍ଦ୍ର ଦାଶ ବିଚାରକ ଭାବରେ ଯୋଗ ଦେଇ କବିତା ପାଠ ପରିଚାଳନା କରିଥିଲେ । ଅଧ୍ୟାପିକା ପୁଷ୍ପଲତା ଧଳ, ବନ୍ଦନା ରାଉତ, ଗୀତାଞ୍ଜଳି ସାହୁ, ପ୍ରମିଳା ଜେନା, ଅଧ୍ୟାପକ ଅନିଲ ବେହେରା, ରାଜେଶ ପାହାରୀ ପ୍ରମୁଖ କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିଲେ । ଶତାଧିକ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।