Odiapua.com

ଓଡ଼ିଆ ପାଠକ ମଂଚର ଏକ ଦଶାଦ୍ଦି ପୂର୍ତ୍ତି ଉତ୍ସବ

ନୟାଗଡ଼, ୨୭-୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଓଡ଼ିଆ ପାଠକ ମଂଚର ଏକ ଦଶାଦ୍ଦି ପୂର୍ତ୍ତୀ ଉତ୍ସବ ସ୍ଥାନୀୟ କ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ଓଙ୍ଗ଼ିଆ ସାହିିତ୍ୟ ଏକାଡେମୀ ନୟାଗଡ଼ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ପାଠକ ଏବଂ ପୁସ୍ତକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଉଥିବାବେଳେ ଅନେକ କାଳଜୟୀ ପୁସ୍ତକ ବର୍ତ୍ତମାନ ସୁଦ୍ଧା ସମାଜରେ ପ୍ରଭାବ ବିସ୍ତାର କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନରୁ ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଠକ ମଂଚର ନିର୍ଦ୍ଦେଶକ ପ୍ରଭାତ ମିଶୟ ସଭାର ଆଭିମୁଖ୍ୟ ଉପରେ ବଖାଣିଥିବାବେଳେ ଊତ୍ସବରେ କବି ଓ ଲେଖକମାନେ ନିଜର କବିତା ଓ ଗଳ୍ପକୁ ପଠନ କରିଥିଲେ। କବି ଗୋପୀନାଥ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କବି ଶୁଭ୍ରାଂଶୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।