Odiapua.com

ଓଡ଼ିଆ ଚଳଚ୍ଚିତ୍ର ଜଗତର ସଂଳାପକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର ୨୬ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ ପରଲୋକ ହୋଇଛି। ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛିା ସ୍ୱର୍ଗତ ଶ୍ରୀମିଶ୍ର ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ସିନେମାର ସଂଳାପ ରଚନା କରିବା ସହିତ ଏହାର ଅନ୍ୟତମ ନିର୍ଦ୍ଦେଶକ ମଧ୍ୟ ଥିଲେ। ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି। ସ୍ୱର୍ଗତ ଶ୍ରୀମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମି ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଲାଭ କରିଛନ୍ତି। କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଜୟଦେବ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ସାମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୩୬ ଜୁଲାଇ ୧୬ରେ ବିଜୟ ମିଶ୍ର ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ/ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିବା ହେତୁ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।