Odiapua.com

ଓଡ଼ିଆ ଅସ୍ଥି ଶଲ୍ୟ ଚିକିତ୍ସକ ଡାକ୍ତର ସଂଜୀବ କୁମାର ବେହେରାଙ୍କ ବିରଳ ଅସ୍ତ୍ରୋପଚାର

ହାଇଦ୍ରାବାଦ ୮-୭ (ଓଡ଼ିଆ ପୁଅ) ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ କାର୍ଯ୍ୟରତ ଅସ୍ଥି ଶଲ୍ୟ ଚିକିତ୍ସକ ଡାକ୍ତର ଶ୍ରୀ ସଂଜୀବ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ଚିକିତ୍ସକ ମାନେ ମାତ୍ର ଗୋଟିଏ ଦିନରେ ୧୮ ଜଣ ରୋଗି ମାନଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରି ସଫଳତା ଅର୍ଜନ କରିଛନ୍ତି। ଅପରେସନ ପରେ ସମସ୍ତ ରୋଗୀ ଆରୋଗ୍ୟ ଲାଭ କରି ସୁସ୍ଥ ହୋଇଛନ୍ତି ବୋଲି ହସ୍ପିଟାଲ ସୁତ୍ରରୁ ପ୍ରକାଶ। ଏହି ଉପଲବ୍ଧୀ ବିରଳ କୃତିତ୍ବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଅସ୍ତ୍ରୋପଚାର ସେ କରିସାରିଛନ୍ତି। ଡାକ୍ତର ବେହେରାଙ୍କ ନିକଟକୁ ଏଥି ନିମନ୍ତେ ଦେଶବିଦେଶରୁ ଅନେକ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବାରେ ଲାଗିଛି।