Odiapua.com

ଓଡ଼ଗାଁ ବ୍ଳକରେ କୃଷିମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ବିଧାନସଭା ମଣ୍ଡଳର ଓଡ଼ଗାଁ ବ୍ଳକର ବିଭିନ୍ନ ପଂଚାୟତକୁ ଗସ୍ତ କରି କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏପରିକି ପଂଚାୟତର କେତେକ ଗାଁକୁ ଯାଇ କୋଭିଡ୍ କଟକଣା ମାନିବା ସହ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ଲୋକମାନଙ୍କ ସହ ସିଧାସଳଖ ମିିଶି ସେମାନଙ୍କର ସୁବିଧା ଅସୁବିଧା ଓ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ। ଲୋକମାନଙ୍କ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣି ଏହା ଯଥାଶୀଘ୍ର ଦୂର କରିବା ପାଇଁ କହିଥିଲେ। ଓଡ଼ଗାଁ କଲ୍ୟାଣ ମଣ୍ଡପରେ ଆୟୋଜିତ ବିଜୁ ମହିଳା ଜନତା ଦଳର ଏକ ସାଂଗଠନିକ ସମାବେଶରେ ଯୋଗଦେଇ କୋଭିଡ୍ କଟକଣା ଭିତରେ ସଂଗଠନର ଦୃଢତା ଏବଂ ମହିଳାମାନଙ୍କ ସ୍ୱାବଲମ୍ବନତା ଉପରେ ଆଲୋଚନା କରିଥିଲେ।