Odiapua.com

ଓ୍ୱାଶିଂଟନ ଡିସୀରେ ଗୁଳିକାଣ୍ଡ: ଜଣେ ମୃତ,୫ ଆହତ

ଓ୍ୱାଶିଂଟନ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଆମେରିକାର ରାଜଧାନୀ ଓ୍ୱାଶିଂଟନ ଡିସୀରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗମ୍ଭିର ଭାବେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ସମୟ ଅନୁସାରେ ରାତି ପାଖାପାଖି ୧୦ ଟାରେ ଏହି ଗୁଳିକାଣ୍ଡ ଘଟିଛି । ତେବେ ଏହି ଘଟଣା ହ୍ୱାଇଟ୍‌ ହାୁସ୍‌ ଠାରୁ କିଛି ଦୁରେର ଘଟିଛି । ଯାହା ଆମେରିକା ରାଷ୍ଟ୍ରପତିଙ୍କ ନିବାସ ସ୍ଥଳି । ଏହାପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍‌ ଜାରି ରଖିଛି ଏବଂ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିପଡିଛି । ତେବେ ଯେଉଁ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିଲା ସେହି ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।