Odiapua.com

ଓସ୍ତପୁର ମଣି ମନ୍ଦିରରୁ ବାକ୍ସତାଡି ୧୨ହଜାର ଟଙ୍କା ଚୋରୀ ଅଭିଯୋଗ

କେନ୍ଦ୍ରାପଡା ୧୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ମଣିଛକରେ ଥିବା ମଣି ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ୧୨ହଜାର ଟଙ୍କା ଚୋରୀ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ମଣି ମନ୍ଦିରର କବାଟ ତାଡି ମନ୍ଦିର ଭିତରେ ଥିବା ବାକ୍ସକୁ ଭାଙ୍ଗି ସେହି ବାକ୍ସ ଭିତରେ ଥିବା ପ୍ରାୟ ୧୨ହଜାର ଟଙ୍କା କେହି ଦୁର୍ବୁତ ଚୋରୀ କରିନେଇଥିବା ସଦର ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି।