Odiapua.com

ଓସିଏ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ଵର,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଶେଷରେ ଗିରଫ କରିଛି ସିବିଆଇ । ତେବେ ସୂଚନା ଅନୁସାରେ, ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦ ବେହେରାଙ୍କୁ  ସିବିଆଇ ଗିରଫ କରିଥିବା ସୂଚନା ରହିଛି । ଗିରଫ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଆଜି ଆଶୀର୍ବାଦଙ୍କ ଘରେ ରେଡ୍ କରି ତାଙ୍କୁ ଗିରଫ  କରିିଛି ।