ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ଅନ୍ତର୍ଗତ ଓଳା ଗ୍ରାମରେ ପ୍ରତିଷ୍ଠିତ ମା’ ତାରିଣୀଙ୍କ ପଂଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଘଟ ଉତୋଳନ, ସୂର୍ଯ୍ୟ ପୂଜା ପରେ ସ୍ଥାନୀୟ ଅଂଚଳର ଓ ଜଗତର କଲ୍ୟାଣ ପାଇଁ ମା’ ତାରିଣୀଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା।ପ୍ରଦୀପ କୁମାର ସାହୁ ଓ ପ୍ରଭାରାଣୀ ସାହୁ କର୍ତା ଭାବେ ସଂକଳ୍ପ କରିଥିଲେ।ଶ୍ରୀକାନ୍ତ ପଣ୍ଡା ଓ ଦୀପକ ଦାସ ପୂଜାର୍ଚ୍ଚନା କରିଥିଲେ।ଏଥିରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ପ୍ରସାଦସେବନ କରାଯାଇଥିଲା।ଶ୍ୟାମସୁନ୍ଦର ପାତ୍ର, ଧର୍ମାନନ୍ଦ ସାହୁ,ମାୟାଧର ସାହୁ,ଅନିରୁଦ୍ଧ ଖିଲାର, ପରମାନନ୍ଦ ସାହୁ,ପ୍ରତାପ ସାହୁ,ମନୋଜ ବେହେରା, ଶରତ ସାହୁ ଓ ଅମୂଲ୍ୟନିଧି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।