Odiapua.com

ଓଲିଉଡ୍ ପାଇଁ ବଡ କ୍ଷତି : ତପୁଙ୍କ ଦେହାନ୍ତ – ଆଉ ଶୁଣିବାକୁ ମିଳିବନି ତପୁଙ୍କ କଣ୍ଠରୁ ନୂଆ ଗୀତ

ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ ତପୁ। ଶୁଣିବାକୁ ମିଳୁଥିଲା ସେ ଭଲ ହୋଇ ଆସୁଛନ୍ତି ବୋଲି। କିନ୍ତୁ ଆସିଲା ଦୁଃଖଦ ଖବର।

ଏହି ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତହୋଇଥିବା ସୂଚନା ମିଳିଛି। କୋଭିଡପରବର୍ତ୍ତୀଜଟିଳତାରେ ଏକ ଘରୋଇ ହସ୍ପିଟାଲରେସେଚିକିତ୍ସିତହେଉଥିଲେ। ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଲାଗି ଓଲିଉଡ଼ରଜଣାଶୁଣା ଅଭିନେତା, କଳାକାର ଓ ଗାୟକ ପ୍ରମୁଖ ପ୍ରାର୍ଥନା କରିଥିଲେ। ହେଲେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।।

ମେ ମାସ ୩୧ରେ ଅମ୍ଳ୍ଜାନ ସ୍ତର ହ୍ରାସ ପାଇବାରୁ ପ୍ରଥମେ ସ୍ପର୍ଶ ଏବଂ ପରେ ସମ୍କୋଭିଡ୍ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। କରୋନାରୁ ମୁକ୍ତ ହୋଇଥିଲେ କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍ଫୁସ୍ର ସଂକ୍ରମଣ ପ୍ରାୟ ୭୫ ପ୍ରତିଶତ ହୋଇଥିବା ଖବରରୁ ଜମାପଡ଼ିଛି। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଅବସ୍ଥା ଧିରେ ଧିରେ ଗୁରୁତର ହେବା ପରେ ପରିବାରଲୋକେ ତାଙ୍କର ଚିକିତ୍ସା ଖର୍ଚ୍ଚପାଇଁ ରାଜ୍ୟ ସରକାଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଥିଲେ। ରାଜ୍ୟ ସରକାରଙ୍କର କଳାକାର ସହାୟତା ପାଣ୍ଠିରୁ ଏକଲକ୍ଷଟଙ୍କା ମଧ୍ୟ ଚିକିତ୍ସାପାଇଁ ସାହାଯ୍ୟ କରାଯାଇଥିଲା। ହେଲେ ସେ ଅଧିକ ଗୁରତର ହୋଇପଡିଥିଲେ। ECMO ଚିକିତ୍ସା ସମ୍ଭବ ନହେବା ମଧ୍ୟ କହିଥିଲେ ଡାକ୍ତର ବୋଲି ଜଣାପଡ଼ିଛି।

ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ।

ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର.’, ‘ଆଇ ଲଭ୍ ୟୁ.’, ‘ଇସ୍କ ତୁ ହିଁ ତୁ.’ ଅନ୍ୟତମ।

ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ବିଭିନ୍ନ ସଂସ୍ଥାରୁ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ତପୁ।

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ବିଦାୟ କହିଥିବା ଏହି ଲୋକପ୍ରିୟ ଗାୟିକାଙ୍କ ଦେହାନ୍ତ ଖବର ଓଡ଼ିଶାର ମନୋରଞ୍ଜନ ଜଗତକୁ ଥରେଇ ଦେଇଛି।