Odiapua.com

ଓଲଟି ପଡ଼ିଲେ ଅମ୍ପାୟାର, କ’ଣ ହେଲା ମ୍ୟାଚ୍‌ରେ ? ଭିଡିଓ ଭାଇରାଲ୍, ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଅମ୍ପାୟରିଂ ପ୍ରକୃତରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ନିଷ୍ପତ୍ତିଗୁଡିକ ସଂପୂର୍ଣ୍ଣ ସଠିକ ଦେବା ଆବଶ୍ୟକ। କାରଣ ଗୋଟିଏ ଭୁଲରେ ଖେଳର ଗତି ଉପରେ ପ୍ରଭାବ ପକାଇଥାଏ।

ତେବେ କୌତୁହଳର ବିଷୟ ହେଉଛି, ଅମ୍ପାୟାରମାନେ ସାଧାରଣତଃ ଲାଇମଲାଇଟ୍ ଭିତରକୁ ଆସନ୍ତି ଯେତେବେଳେ ସେମାନେ ନିଷ୍ପତ୍ତି ନେବାବେଳେ ଭୁଲ୍ କରନ୍ତି। ନଚେତ୍ ସେ ଦର୍ଶକଙ୍କର ଆକର୍ଷଣ ହେବା ସହଜ ନୁହେଁ। ଏଠାରେ ଜଣେ ଅମ୍ପାୟାର କିଛି ନିର୍ଦ୍ଦିଷ୍ଟ ଶରୀର ସଙ୍କେତ ସହିତ ତାଙ୍କ ରାୟ ପ୍ରଦାନ କରନ୍ତି। ସେ ୱାଇଡ୍ ସଂକେତକୁ ଓଲଟି ପଡ଼ି ଦୁଇ ଗୋଡ଼କୁ ପ୍ରସାରିତ କରି ପ୍ରଦାନ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ଅମ୍ପାୟାର ତାଙ୍କ ନିଷ୍ପତ୍ତି କେବେ ଦେଖା ଯାଉ ନ ଥିବା ଦେଖିବାକୁ ମିଳିବ।

ମହାରାଷ୍ଟ୍ରର ଟି -୨୦ ଟୁର୍ନାମେଣ୍ଟର ଅମ୍ପାୟାର ଏହି ପରି ଏକ ସିଗ୍‌ନାଲ ଦେଇଛନ୍ତି। ଏହି ଭାଇରାଲ୍ କ୍ଲିପ୍ ମହାରାଷ୍ଟ୍ରର ସ୍ଥାନୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ପୁରନ୍ଦର ପ୍ରିମିୟର ଲିଗ୍ ର ଅଟେ, ଯେଉଁଠାରେ ଅମ୍ପାୟାରର ଏକ ଅଭିନବ ଶୈଳୀ ଦେଖିବାକୁ ମିଳିଥିଲା, ଯାହା ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆପଣ ବି ଦେଖନ୍ତୁ ମଜା ନିଅନ୍ତୁ। କମେଟ କରନ୍ତୁ।