Odiapua.com

ଓଲଟି ପଡିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ପିଲା

ପୁରୀ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ପୁରୀରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ପିଲା। ତେବେ ସୂଚନା ଅନୁସାରେ, ଆଜି ପୁରୀରେ ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଛି। ମାତ୍ର ସେଥିରେ ଥିବା ୧୭ ଜଣ ଯାକ ଶିଶୁ ସୁରକ୍ଷିତ ଥିବା ଜଣାପଡିଛି। ସେମାନେ ସମସ୍ତେ ଏକ ଘରୋଇ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ସ୍କୁଲକୁ ଯାଉଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଭ୍ୟାନଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡ଼ିଥିଲା। ତେବେ ତଦନ୍ତ ବେଳେ ଡ୍ରାଇଭର ଜଣକ ମୋବାଇଲରେ ଗପୁଥିଲା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।