Odiapua.com

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର ଅର୍ଣ୍ଣପାଳ ଠାରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ଅସୁରାଳି ଆଡୁ ଭଦ୍ରକକୁ କୁକୁଡ଼ା ନେଇ ଯାଉଥିବା ଏକ ପିକଅପ(ନଂ-ଓଆର-୨୨ସି-୬୮୫୮) ଅର୍ଣ୍ଣପାଳ ଛକ ନିକଟରେ ରାସ୍ତା ଉପକୁ ଷଣ୍ଢ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଥିଲା।ଏଥି ଯୋଗୁଁ ଶତାଧିକ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିଲା।ଗୁଜିଦରଡ଼ା ଫାଣ୍ଡି ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ପିକଅପକୁ ଉଠାଇଥିଲା।