Odiapua.com

ଓଲଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ଅନ୍ତର୍ଗତ ଓଲଙ୍ଗ ଗ୍ରାମ ସ୍ଥିତ ଓଲଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଗଠନ ହେବା ସହିତ ମୋ ସ୍କୁଲ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ସହଯୋଗ ରାଶି ପ୍ରଦାନ କରିଥିଲେ । ଏଥି ନିମନ୍ତେ ଏକ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଉତ୍ସବର ଆବାହକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂସ୍କୃତ ଶିକ୍ଷକ ପ୍ରାଣବନ୍ଧୁ ବିଶ୍ୱାଳ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲଙ୍ଗ ସରପଞ୍ଚ ଦେବୀଦତ୍ତ ମହାନ୍ତି, ସମିତି ସଦସ୍ୟ ରାଧାଶ୍ୟାମ ବେହେରା, ପୂର୍ବତନ ସରପଞ୍ଚ ଅକ୍ଷୟ ମହାନ୍ତି, ଜ୍ୟୋତ୍ସ୍ନାରାଣି ପତି, ସୋମନାଥ ପତି, ମାଧବାନନ୍ଦ ପଣ୍ଡା, ଶିକ୍ଷକ ଜଗବନ୍ଧୁ ପାଣିଗ୍ରାହୀ, ଦାଶରଥି ପରିଡା, ଲକ୍ଷ୍ମୀଧର ପଣ୍ଡା, ହରିହର ମହାପାତ୍ର, ଅଞ୍ଜନ କୁମାର ପୃଷ୍ଟି, ଶିକ୍ଷାସହକାରୀ ବୈଦ୍ୟନାଥ ପତି, ଶ୍ୟାମସୁନ୍ଦର ପତି ପ୍ରମୁଖ ଯୋଗ ଦେଇ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ଉନ୍ନତି ନିମନ୍ତେ ପ୍ରସ୍ତାବ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ସଂସଦ ଗଠନ କରାଯାଇ ଏହାର ସଭାପତି ଭାବେ ରାଜେନ୍ଦ୍ର କୁମାର ପତିଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ବିଦ୍ୟାଳୟରୁ ଉତ୍ତୀଣ୍ଣ ହୋଇଯାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଏକଜୁଟ କରି ଏକ ବଡ ଧରଣର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ଆୁରି ବୃହତ୍ କରାଯିବ ବଶେଳି ସଭାରେ ମତ ପ୍ରକାଶ ପାଇଥିଲା । ଉତ୍ସବରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଳରାମ ରାଉତ (ଚିଲିକା), ବଳରାମ ଜେନା, ଦେବେନ୍ଦ୍ର କୁମାର ବେହେରା, ମନୋରଞ୍ଜନ ପଢିହାରି, ପ୍ରସନ୍ନ କୁମାର ପଣ୍ଡା, ନାରାୟଣ ଚନ୍ଦ୍ର ପୃଷ୍ଟି, ମନୋଜ ବେହେରା, ବିଶ୍ୱମ୍ଭର ପତି, କୈଳାସ ଚନ୍ଦ୍ର ପତି, ଦେବେନ୍ଦ୍ର ସାମଲ, ରମେଶ ସେଠୀ, ରବିନ୍ଦ୍ର ବେହେରା, ରମାକାନ୍ତ ଦିକ୍ଷିତ, ସାମାଜିକ କର୍ମୀ ସନାତନ ପଣ୍ଡା, ଖଗେଶ୍ୱର ଜେନା, ରମେଶ ଜେନା ପ୍ରମୁଖ ଯୋଗ ଦେଇ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।