Odiapua.com

ଓରାଳିରେ ବିଜେଡି କର୍ମୀଙ୍କ ସଂଗଠନ ସମ୍ମିଳନୀ

ହାଟଡ଼ିହି, ୧୩ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତରେ ବିଜେଡି କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିକାଶ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମାନଗୋବିନ୍ଦ ଜେନା, ହରେକୃଷ୍ଣ ଦାସ, ସଞ୍ଜୟ ନାୟକ, ବାମଦେବ ଜେନା, ପ୍ରଫୁଲ ଭୋଇ, କୁନିଆ ସେଠୀ, ଶ୍ରୀକାନ୍ତ ଜେନା, ଅଜୟ ଜେନା, ଲିପୁ ଜେନା, ବୁବୁ ଜେନା, ସନ୍ଧ୍ୟାରାଣୀ ଜେନା, ପାର୍ବତୀ ଜେନା, କାଞ୍ଚନ ଜେନା, ପ୍ରମିଳ ଜେନା, ଝାଉଁଳି ଜେନା, ଶାନ୍ତି ଜେନା, ସୁମତୀ ଜେନା, ଅଖଜି ଜେନା, ଲକ୍ଷ୍ମୀ ଜେନାଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ଆଗାମି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳକୁ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଥିଲେ । ଆଗାମି ନିର୍ବାଚନରେ ମାଳଗୋବିନ୍ଦ ଜେନାଙ୍କୁ ସରପଞ୍ଚ ଓ ହରେକୃଷ୍ଣ ଦାସଙ୍କୁ ସମିତି ସଭ୍ୟ ଭାବେ ପ୍ରାର୍ôଥ କରିବାପାଇଁ ଏକ ପ୍ରସ୍ତାବ ଗୃହୀତ କରିବା ସହିତ ତାଙ୍କର ନାମକୁ ସୁପାରିଶ କରିବାକୁ ବିଧାୟକଙ୍କ ନିକଟକୁ ପଠାଇବାକୁ ସର୍ବସମ୍ମତି ମତପ୍ରକାଶ ପାଇଥିଲା ।