Odiapua.com

ଓମ୍ ନିବାସରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ

ଭୁବନେଶ୍ୱର, ୨୫ା୮ (ଓଡ଼ିଆ ପୁଅ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସେବାକେନ୍ଦ୍ର ତରଫରୁ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କର ୧୫ତମ ପୂଣ୍ୟତିଥି ଭକ୍ତିପୂତ ଭାବନା ସହ ପାଳନ କରାଯାଇଅଛି। ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଯୋଗଦେଇ କହିଥିଲେ ଯେ, ଦାଦିଜୀଙ୍କର ମହାନ୍ ଅବଦାନ ପାଇଁ ଆମେ ସମସ୍ତେ ଗର୍ବିତ। ଦାଦିଜୀ ତାଙ୍କ ଜୀବନକାଳରେ ନିଃସ୍ୱାର୍ଥ ସେବା କରି ଜନମାନସକୁ ନିଜ ହୃଦୟରେ ସ୍ଥାନ ଦେଇପାରିଥିଲେ ତତ୍ ସଂଗେସଂଗେ ଏହି ଉପଲକ୍ଷେ କଳ୍ପତରୁ ନାମକ ଏକ ପ୍ରୋଜେକ୍ଟ ତରଫରୁ ସ୍କୁଲ୍ ପିଲାଙ୍କର ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ରୂପରେ ଛୋଟ ଗଛ, ସାର୍ଟିଫିକେଟ୍ ଓ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ରୂପରେ ବ୍ରହ୍ମାକୁମାରୀ ପ୍ରତିଭା ମହାରଥୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଦାଦି ସମସ୍ତଙ୍କ ମାଆ ରୂପେ ବିବେଚିତ ହୋଇପାରିଥିଲେ। ତାଙ୍କର ଉମଙ୍ଗ ଉତ୍ସାହରେ ପ୍ରଭାବିତ ହୋଇ ହଜାର ହଜାର ଭାଇ ଭଉଣୀ ନିଜ ଜୀବନକୁ ଈଶ୍ୱରୀୟ ମାର୍ଗରେ ସମର୍ପଣ କରିଥିଲେ। ବରିଷ୍ଠ ଭାଇ ବ୍ରହ୍ମାକୁମାର ଅଲେଖ ଦାଦିଙ୍କ ପାଳନର ସ୍ୱ ଅନୁଭୂତି ପ୍ରତିପାଦନ କରିଥିଲେ। ଦାଦିଙ୍କ ସଂସ୍ପର୍ଶରେ ଆସି ସେ ତାଙ୍କ ସାରା ଜୀବନକୁ ଈଶ୍ୱରୀୟ ସେବାରେ ଅର୍ପଣ କରିବାରେ ସୌଭାଗ୍ୟପ୍ରାପ୍ତ କରିଥିଲେ। ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ବ୍ରହ୍ମାକୁମାରୀ ଶୋଭା ଭଉଣୀ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ପ୍ରାୟ ୩ଶହରୁ ଅଧିକ ଭାଇ ଭଉଣୀ ଯୋଗଦାନ କରିଥିଲେ।