Odiapua.com

ଓମିକ୍ରନ ସଂକ୍ରମଣ ଏବଂ ଟୀକାକରଣର ମନ୍ଥର ଗତି କାରଣରୁ ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌ ପଠାଇଲା କେନ୍ଦ୍ର

ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବୃଦ୍ଧି, ନୂତନ ଭ୍ୟାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ବିସ୍ତାର ଏବଂ ଟୀକାକରଣର ମନ୍ଥର ଗତି କାରଣରୁ କେନ୍ଦ୍ର ଦଶଟି ରାଜ୍ୟରେ କେନ୍ଦ୍ରୀୟ ଦଳ ନିୟୋଜିତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି କେନ୍ଦ୍ରୀୟ ଦଳ ଗୁଡିକ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଞ୍ଜାବକୁ ପଠାଯାଇଛି।