Odiapua.com

ଓମିକ୍ରନ ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣ ଅଗ୍ରଗତି ନେଇ କେନ୍ଦ୍ରର ସମୀକ୍ଷା

ନମୁନା ପରୀକ୍ଷା, ସତର୍କ ନଜର ଓ ଜିନୋମ ସିକ୍ୟୁଏନ୍ସି ନିମନ୍ତେ ତ୍ୱରିତ ନମୁନା INSACOGପରୀକ୍ଷାଗାର ପଠାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ
ଅତ୍ୟାବଶ୍ୟକ ହସ୍‌ପିଟାଲ ଭିତ୍ତିଭୂମିକୁ ସଶକ୍ତ କରିବା ପାଇଁ ଅତ୍ୟୁତ୍ତମ ବ୍ୟବହାର ECRP-II
ପିସିଏ ପ୍ଲାଣ୍ଟଗୁଡିକୁ ସଚଳ କରିବା ସହ, ଅମ୍ଳଜାନ ସାନ୍ଧ୍ରକ ଓ ଭେଣ୍ଟିଲେଟର ଉପରେ ଗୁରୁତ୍ୱ
ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ରର ଅଧିକ ସାମଗ୍ରୀ ମହଜୁଦ୍ ରଖିବା

ନୂଆ ଦିଲ୍ଲୀ ୧୦-୧୨ (ଓଡ଼ିଆ ପୁଅ) ପରୀକ୍ଷା, ଚିହ୍ନଟ, ଉପଚାର, ଟୀକା ଓ କୋଭିଡ ଅନୁରୂପ ବ୍ୟବହାର ପ୍ରତି ଆନୁଗତ୍ୟ, ଏହିପରି ପାଞ୍ଚଟି ରଣନୀତିକ ପଦକ୍ଷେପ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି (୦୯.୧୨.୨୦୨୧) କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ଓ ଟିକାକରଣର ଅଗ୍ରଗତି ଉପରେ ସମୀକ୍ଷା କାଳରେ ଏହିସବୁ ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଛି। ଶ୍ରୀଭୂଷଣ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ସ୍ୱାସ୍ଥ୍ୟସଚିବ ଓ ଏନଏଚଏମ୍ ଏମ୍‌ଡି ମାନଙ୍କ ସହ ଏହି ସମୀକ୍ଷା କରିଥିଲେ। ଆଇସିଏମ୍‌ଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ, ଡିଏଚଆର ସଚିବ ଏବଂ ଡିବିଟି ସଚିବ ଡକ୍ଟର ରାଜେଶ ଗୋଖଲେ ଏଥିରେ ଉପସ୍ଥିତ ଥିଲେ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନମୁନା ପରୀକ୍ଷଣ ବୃଦ୍ଧି କରିବା ସହ ସମ୍ଭାବ୍ୟ ମାମଲାଗୁଡିକର ସଅଳ ଚିହ୍ନଟ ଉପରେ ସତର୍କ ନଜର ରଖିବା ଓ ସେମାନଙ୍କ ଏକାନ୍ତବାସ ଶୀଘ୍ର ସୁନିଶ୍ଚିତ କରିବା ଓ କ୍ଲିନିକାଲ ପରିଚାଳନା ନେଇ ଅନୁରୋଧ କରାଯାଇଥିଲା। ପ୍ରତ୍ୟେକ ଜିଲ୍ଲାରେ ଆରଟିପିସିଆର ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ନମୁନାରେ ଅଧିକ ପଜିଟିଭ ବାହାରୁ ଥିବା ଜିଲ୍ଲା ଗୁଡିକରେ ମାମଲା ବୃଦ୍ଧି ଘଟଣାଚକ୍ରର ନିୟମିତ ଅନୁଧ୍ୟାନ କରି ପଜିଟିଭି ନମୁନାଗୁଡିକୁ ସିକ୍ୱେନ୍ସିଂ ପାଇଁ INSACOG ପରୀକ୍ଷାଗାରକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି। ନୂତନଭାବେ ଚିହ୍ନଟ ହଟସ୍ପଟ, ଗୋଷ୍ଠୀ ସଂକ୍ରମଣ ସ୍ଥାନ, ପୁନଃ ସଂକ୍ରମଣ ମାମଲା ଓ ସେଗୁଡିକର ତୁରନ୍ତ ପରୀକ୍ଷା ନିରୀକ୍ଷା ତ୍ୱରିତ ବାହିନୀ ଦ୍ୱାରା କରାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ପଜିଟିଭ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରି ମାର୍ଗଦର୍ଶିକା ଅନୁସାରେ ଯଥାସମ୍ଭବ ତୁରନ୍ତ ପରୀକ୍ଷା କରାଇବା ଉପରେ ପୁନଃ ଗୁରୁତ୍ୱଆରୋପ କରାଯାଇଥିଲା।

‘ଆଟ ରିସ୍କ’ ଦେଶଗୁଡିକରୁ ଆସିଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ସମ୍ପର୍କରେ ସୂଚନା ଏୟାର ସୁବିଧା ପୋର୍ଟାଲରୁ ଯୋଗାଡ କରି ଜିଲ୍ଲାୱାରୀ ନେଗେଟିଭ ଚିହ୍ନଟ ଆନ୍ତର୍ଜାତିକ ଯାତ୍ରୀ ମାତ୍ର ଲକ୍ଷଣଧାରୀ ହୋଇଥିଲେ ସେ ମାମଲାଗୁଡିକୁ ସଠିକ୍ ଭାବେ ଅନୁଧ୍ୟାନ ଉପରେ ଗୁରୁତ୍ୱଆରୋପ କରାଯାଇଥିଲା। ଶୀତଦିନକୁ ଆଖିଆଗରେ ରଖି ସର୍ଦ୍ଦି ଜ୍ୱର ଶ୍ରେଣୀୟ ଦେହଖରାପ, ଅତ୍ୟଧିକ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଓ ଶ୍ୱାସକ୍ରିୟା ଅସୁବିଧା ଲକ୍ଷଣଗୁଡିକୁ ଭଲଭାବେ ଅନୁଧ୍ୟାନ ଉପରେ ଗୁରୁତ୍ୱାରୋପ କରାଯିବା ସହ ଗୃହ ସଙ୍ଗରୋଧ ମାମଲାଗୁଡିକ ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ମାମଲାଗୁଡିକର ସମ୍ଭାବ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍‌ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରିବା ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତାହାର ସମୀକ୍ଷା କରିବାକୁ କୁହାଯାଇଛି। ପିସିଆରପି-୨ ଅଧୀନରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ପାଣ୍ଠିର ବିନିଯୋଗ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃୃଢ କରିବା, ରାଜ୍ୟ ସ୍ୱାସ୍ଥ୍ୟ ସମିତିଗୁଡିକୁ ଶତପ୍ରତିଶତ ମ୍ୟାଚିଂ ପାଣ୍ଠି ରାଜ୍ୟ ଦ୍ୱାରା ପ୍ରଦାନ କରିବା ଉପରେ ଗୁରୁ୍‌ତ୍ୱଆରୋପ କରାଯାଇଛି। ପାଣ୍ଠି ବିନିଯୋଗ ଅଗ୍ରଗତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା କରାଯାଉଥିବା ପରିପ୍ରେକ୍ଷୀରେ ପାଣ୍ଠି ଉପଯୋଗ ସଂକ୍ରାନ୍ତ ସବିଶେଷ ବିବରଣୀ ଏଥିପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଛାଡିବାକୁ କୁହାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ଭେଣ୍ଟିଲେଟର ସୁନିଶ୍ଚିତ କରିବା ସହ ପିଏସଏ ପ୍ଲାଣ୍ଟ ଓ ଅମ୍ଳଜାନ ସାନ୍ଧ୍ରକ ଇତ୍ୟାଦି ରଖିବାକୁ କୁହାଯାଇଛି। ଅନେକ କେନ୍ଦ୍ର ଦ୍ୱାରା ପଠାଯାଇଥିବା ଭେଣ୍ଟିଲେଟର ଅନେକ କ୍ଷେତ୍ରୀୟ ହସ୍‌ପିଟାଲରେ ଅବ୍ୟବହୃତ ହୋଇ ପଡି ରହୁଥିବା ନେଇ ରାଜ୍ୟଗୁଡିକୁ ଅବଗତ କରାଯାଇଛି। ପ୍ରତ୍ୟେକ ପିଏସ୍‌ଓ ପ୍ଲାଣ୍ଟ ଓ ଅମ୍ଳଜାନ ସାନ୍ଧ୍ରକ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରଖିବାକୁ ନେଇ ସମୀକ୍ଷା କରିବାକୁ କୁହାଯାଇଛି।

କୋଭିଡ-୧୯ ଉପଚାର ନିମନ୍ତେ ଉଦ୍ଦିଷ୍ଟ ଆଠଟି ପ୍ରମୁଖ ଔଷଧର ବଳକା ଷ୍ଟକ୍ ରଖିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ।

ଟିକାକରଣକୁ ବ୍ୟାପକ କରିବା ପାଇଁ ‘ହରଘର ଦସ୍ତକ’ ଅଭିଯାନରେ ସମର୍ଥ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବା ନେଇ ଗ୍ରାମ ଓ ଜିଲ୍ଲାସ୍ତରରେ ଅଭିଯାନ ଚଳାଇବା ଉପରେ ଗୁରୁତ୍ୱଆରୋପ କରାଯାଇଛି। ଗୁଜବ ଯୋଗୁଁ ଟିକାକରଣ ଅନିଚ୍ଛାକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତଥ୍ୟଭିତ୍ତିକ ସୂଚନା ସହ ସଚେତନତା ଅଭିଯାନ ଚଳାଇବା ଓ ଗଣମାଧ୍ୟମ ଜରିଆରେ ସୂଚନା ଦେବାକୁ କୁହାଯାଇଛି।