Odiapua.com

ଓବେସୀଙ୍କ ନିକଟରେ ଅମିତ ଶାହା ନତମସ୍ତକ?

ଭୁବନେଶ୍ୱର;୨୫,ଅକ୍ଟୋବର:ଅଲ-ଇଣ୍ଡିଆ-ମଜଲିସ-ଏ-ଇତ୍ତେହାଦୁଲ-ମୁସ୍ଲିମିନ(ଏଆଇଏମଏମ)ର ଅଧ୍ୟକ୍ଷ ଅସଦୁୁଦ୍ଦିନ ଓବେସୀଙ୍କ ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନତମସ୍ତକ ହୋଇ ଅଭିବାଦନ ଜଣାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।ଚନ୍ଦେଲ ନନ୍ଦେଲ ଆପ ନାମରେ ଜଣେ ଫେସବୁକ ଆକାଉଣ୍ଟଧାରୀ ଏହି ଫଟୋଟିକୁ ପୋଷ୍ଟ କରିବା ସହ ଲେଖିଛନ୍ତି,”ଯେତେବେଳେ ପରଦା ପଛର ସତ୍ୟତା ଏହା,ତେବେ ବିଜେପି କାହିଁକି ହିନ୍ଦୁମାନଙ୍କୁ ମୁସଲମାନଙ୍କ ବିରୋଧରେ ଉସୁକାଉଛି ଏବଂ ଦଙ୍ଗା କରାଉଛି।ଆମେ ସମସ୍ତେ ଏହା ଚାହୁଁଛୁ ଯେ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଯ ଅତୁଟ ରହୁ।”

 

ତେବେ ଏହାକୁ ନେଇ ଆକାଉଣ୍ଟଧାରୀଙ୍କ ପୋଷ୍ଟକୁ କାଉଣ୍ଟର କରି ଭିର୍ଣ୍ଣ ଭିର୍ଣ୍ଣ ଧରଣର ଜବାବ ଦିଆଯାଇଛି।ଏହା ଏକ ଫେକ ଫଟୋ ବୋଲି କୁହାଯାଇଛି।ଉଦୟ ଖିତୋଲିଆ ନାମକ ଜଣେ ବ୍ୟକ୍ତି ତାହାର ଫଟୋ ଜାରି କରିଛନ୍ତି।ଯେଉଁଥିରେ ଅମିତ ଶାହା ତ’ ଅଛନ୍ତି,କିନ୍ତୁ ଶାହା ଯାହାଙ୍କୁ ସମ୍ମାନରେ ଅଭିବାଦନ ଜଣାଉଛନ୍ତି,ସେ ସ୍ଥାନରେ ଓବେସୀ ନୁହେଁ,ନରେନ୍ଦ୍ର ମୋଦୀ ଅଛନ୍ତି।ଆକାଉଣ୍ଟଧାରୀଙ୍କୁ ଅନେକ ଲୋକ ଭିର୍ଣ୍ଣ ଭିର୍ଣ୍ଣ ପ୍ରକାରର ଜବାବ ଦେଇଛନ୍ତି।ତନ୍ମଧ୍ୟରୁ ଜଣେ ସୁଲଗ୍ନା ଦାସ ଲେଖିଛନ୍ତି।”ଓବେସୀ ଫିର ଭଗୱା ଜ୍ୟାକେଟ ପେହେନେଗା,ହୋ ନେହିଁ ସକତା”(ଓବେସୀ ପୁଣି ଭଗୱା ଜ୍ୟାକେଟ ପିନ୍ଧିବ,ହୋଇ ନ ପାରେ)।ଫଟୋସପ ଆଦିର ବ୍ୟବହାର କରାଯାଇ ଫଟୋକୁ ଭିର୍ଣ୍ଣ ଢଙ୍ଗରେ ଚିତ୍ରିତ କରି ସୋସିଆଲ ମିଡିଆରେ ଏହି ପରି ପୋଷ୍ଟ ଅନେକ ସମୟରେ ଦେଖିବାକୁ ମିଳୁଛି।/ଦେବଦତ୍ତ