Odiapua.com

ଓପାଫର ଦ୍ୱିତୀୟ ବାର୍ଷିକ ଉତ୍ସବରେ ସି.ବି.ଏସ୍.ଇ. ଦଶମ, ଦ୍ୱାଦଶ -୨୦୧୯ ପରୀକ୍ଷାରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଓପାଫ ରତ୍ନ ଉପାଧିରେ ସମ୍ମାନିତ

ଭୁବନେଶ୍ୱର, ୦୯ା୦୯ (ଓଡ଼ିଆ ପୁଅ) : ଓପାଫ (ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ୍ ଆସୋସିଏସନ୍ସ୍ ଫୋରମ୍) ତା’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଇଡ୍କଲ୍ ଅଡିଟୋରିୟମ୍ରେ ପାଳନ କରିଅଛି। ଏଥିରେ ଓପାଫ ତରଫରୁ ସଭାପତି ଡଃ ଗଗନ ବିହାରୀ ରାଉତ ସଭାପତିତ୍ୱ କରିବା ସଙ୍ଗେସଙ୍ଗେ ଓପାଫର ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଓପାଫ ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଯଥାଶୀଘ୍ର ରେଗୁଲେସନ୍ ଆକ୍ଟ ପ୍ରଣୟନ କରାଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଥିଲା ଯାହାକି ସଂଘ ପକ୍ଷରୁ ବହୁଦିନରୁ ଦାବି କରାଯାଇଆସୁଅଛି। ଏହାପରେ ୨୦୧୯ ସି.ବି.ଏସ୍.ଇ. ପରୀକ୍ଷାରେ ସାରା ରାଜ୍ୟରେ ଦ୍ୱାଦଶ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମୀରା ଉପାସନା, ଶାଳିନୀ ଶୀତଲ୍ ଓ ଦଶମ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ସାଇ ଉଦିତ୍ ରାଉତ୍, ଶାସ୍ୱତୀ ପ୍ରତିପନ୍ନା, ରଶ୍ମିରଞ୍ଜନ ପାଢୀ, ଜ୍ୟୋତିଶ୍ରୀ ବେହେରାଙ୍କୁ ମୁଖ୍ୟ ଅତିଥି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟବକ୍ତା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ଶିକ୍ଷାବିତ୍ କମଳାକାନ୍ତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଯଥା ସାଧାରଣଜ୍ଞାନ, ଚିତ୍ରାଙ୍କନ, ନାଚ ଓ ଶ୍ରୁତଲିଖନରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା। ୟୁନିଟ୍ ୬ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ପୂର୍ଣ୍ଣ ସହଯୋଗ କରିଥିବାରୁ ଓପାଫ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରାଯିବା ସଙ୍ଗେ ସଙ୍ଗେ ନୃତ୍ୟଗୁରୁମାନଙ୍କୁ ମଧ୍ୟ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ଓପାଫ୍ର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୂସଦନ ବିଶ୍ୱାଳ, ପ୍ରଫେସର ସୁରେନ୍ଦ୍ରନାଥ ରଥ, ଯୁଗ୍ମ ସମ୍ପାଦକ ଅମରେଶ ମହାପାତ୍ର, ସତ୍ୟନାରାୟଣ ମହାପାତ୍ର, ଅଜୟ କୁମାର ରାୟ, ଡଃ ମନୋରଂଜନ ପଣ୍ଡା, ସନ୍ଦୀପ କାନୁନ୍ଗୋ, ସତ୍ୟାଶିଷ ସ୍ୱାଇଁ, ବୈକୁଣ୍ଠ ପ୍ରସାଦ ଦାସ, ପ୍ରଣତୀ ବସ୍ତିଆ, ପ୍ରଣବ ଶାସମଲ, ବେଣୁଧର ପଣ୍ଡା, ନିହାର ରଂଜନ ରାଉତରାୟ, ଗିରିଜା ବିଶୋଇ, ମନୋଜ ପ୍ରଧାନ, ଆଶୁତୋଷ ଦାସ, ବିଶ୍ୱଜିତ୍ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଉପସ୍ଥିିତ ଥିବା ସହ ଶେଷରେ ସମ୍ପାଦକ ମୀତାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।