Odiapua.com

ଓପନ ବାଳିକା ଚେସ ଚମ୍ପିୟାନସିପରେ ଶ୍ରଦ୍ଧା ସୁମନ ଚମ୍ପିୟାନ

ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ସ୍ମାର୍ଟ ସିଟି ରାଉରକେଲାରେ ଅଲ ଓଡ଼ିଆ ଚେସ ଆସୋସିଏସନ ଓ ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ ୧୫ ବର୍ଷରୁ କମ ଓପନ ବାଳିକା ଚେସ ଚାମ୍ପିୟାନ ସିପର ୧୩ ବର୍ଷରୁ କମ ବାଳିକା ବର୍ଗରେ ରାଉରକେଲାର ଛାତ୍ରୀ ଶ୍ରଦ୍ଧା ସୁମନ ନାୟକ ଚମ୍ପିୟାନ ହୋଇଥିବା ଜଣାପଡ଼ିଛି। ଶ୍ରଦ୍ଧା ସୁମନ ନୟାବଜାର ସ୍ଥିତ ଗୁରୁନାନକ ପବ୍ଲିକ ସ୍କୁଲର ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବିଭୁ ନାୟକ ଓ ନିବେଦିତା ନାୟକଙ୍କ ସୁପୁତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଦ୍ୟାଳୟ ଓ ଅନ୍ୟ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାର ଓପନ ଓ ବାଳିକା ଗ୍ରୁପର ସର୍ବଶ୍ରେଷ୍ଠ ଦୁଇଜଣ ଖେଳାଳୀ ଜୁଲାଇ ମାସରେ ତାମିଲନାଡ଼ୁରେ ହେବାକୁ ଥିବା ୧୫ ବର୍ଷରୁ କମ ଜାତୀୟ ଚାମ୍ପିୟାନସିପରେ ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ୱ କରିବେ।