Odiapua.com

ଓଡିଶା ହକି ବିଶ୍ୱକପ କୁ ସ୍ୱାଗତ ଓ ସୁଭେଚ୍ଛା ଜଣାଇ ମାଲକାନଗିରି ଜିଲ୍ଲାରେ ଗଣଦୈଡ

ମାଲକାନଗିରି,୨୫ା୧୧(ଓଡିଆ ପୁଅ )  ଆସନ୍ତା ୨୭ତାରିଖରେ ଭୁବନେଶ୍ୱର ଠାରେ ଆରମ୍ଭ ହେବାକୁ ଯାଉଥିବା ଓଡିଶା ହକି ବିଶ୍ୱକପ କୁ ସ୍ୱାଗତ ଜଣାଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଜୁ ଯୁବବାହିନୀ ପକ୍ଷରୁ ଆଜି ସବୁବର୍ଗର ଲୋକଙ୍କୁନେଇ ଏକ ଗଣଦୈଡ କାର୍ଯ୍ୟକ୍ରମ ଅନୁଷ୍ଟିତହୋଇ ଯାଇଛି । ଜିଲ୍ଲାସଦର ମହକୁମା ଡିଏନକେ ଖେଳପଡିଆ ଠାରେ ଏହି ଗଣଦୈଡକୁ ସବୁଜପତକା ଦେଖାଇ ମାଲକାନଗିରି ବିଧାୟକ ମାନସ ମାଡକାମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ,ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ପ୍ରମୁଖ ଯୋଗଦେଇ ଏହି ଗଣଦୈଡ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଗଣଦୈଡରେ ଜିଲ୍ଲାକ୍ରୀଡା ଛାତ୍ରବାସ,ମାଲ୍ୟବନ୍ତ ଛାତ୍ରବାସ,ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ,ଟିମ ଉଇ କ୍ୟାନ,ଡିଆରଡିଏ,ମହିଳା ମହାବିଦ୍ୟାଳୟ,ଜବାହର ନବଦୋୟବିଦ୍ୟାଳୟ,ସ୍ୱଚ୍ଛଭାରତ ମିଶିନ,  ଜିଲ୍ଲାପୁଲିସ ବାହିନୀ,ଏନସିସି ,ଯୁବ ରେଡକ୍ରସ,ବୁଦ୍ଧିଜିବୀ, ସାମ୍ବାଦିକ, ସହରବାସୀ ଯୋଗଦେଇ ଥିଲେ । ମିନି ମାରାଥନରେ ଭାଗନେଇଥିବା  ସମସ୍ତ ପ୍ରତିଯୋଗୀଙ୍କୁ ଓଡିଶା ହକି ବିଶ୍ୱକପ ର ଟି ସାର୍ଟ ପ୍ରଦାନ କରାଯାଇଥିଲା ।ଏହି ଗଣଦୈଡରେ ୧୬ଟି ସଂସ୍ଥାର ୫୦୦ଜଣ ପୁରଷ,ମହିଳା,ଛାତ୍ର,ଛାତ୍ରୀ ଭାଗନେଇଥିଲେ । ଗଣଦୈଡ ସହରପରିକ୍ରମା କରିବାପରେ ଜିଲ୍ଲା ସଂସ୍କୃତିଭବନ ଠାରେ ଏକତ୍ରୀତ ହୋଇଥିଲେ । ସେଠାରେ ଆୟୋଜିତ ସଭାରେ ମିନି ମାରାଥାନରେ କୃତିତ୍ୱ ହାସଲକରିଥିବା ୧୬ଜଣ ପ୍ରତି ଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର  ପ୍ରଦାନ କରିଥିଲେ ।ପ୍ରଥମ ପୁରସ୍କାର ମହିଳା ଓ ପୁରଷ ବର୍ଗଙ୍କ ପାଇଁ ୨ହଜାରଲେଖା ଟଙ୍କା,ଦ୍ୱିତୀୟ ପୁରସ୍କାର ୧ହଜାର ଟଙ୍କା ମହିଳା ଓ ପୁରୁଷ ବର୍ଗଙ୍କ ପାଇଁ, ତୃତୀୟ ପୁରସ୍କାର ୫ଶହ ଟଙ୍କା ଓ ୫ଜଣଙ୍କୁ ସ୍ୱାନ୍ତନା ମୁଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡିଶାରେ ପ୍ରଥମ ଥରକରି ପୁରଷ ହକିର ମାହକୁମ୍ଭ ବିଶ୍ୱକପ ଖେଳିବା ପାଇଁ ଆସିଥିବା ବିଭିନ୍ନ ଦେଶ ବିଦେଶରୁ ହକି ଖେଳାଳୀଙ୍କୁ ଏହି ଅବସରରେ ସୁଭେଚ୍ଛା ବାର୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶକୁମାର ମିଶ୍ର,ଜୟନ୍ତି ବୁରୁଦା,ଦେବାସୋଡି, ରାମମାଡକାମି,ସୋମେଶ ବାଘ ଜିଲ୍ଲା ଯୁବବିଜୁ ଯୁବବାହିନୀ ଓ ଜିଲ୍ଲାପ୍ରଶାସନର ପ୍ରମୁଖ କର୍ମକର୍ତାମାନେ ପରିଚାଳନା କରିଥିଲେ ।