Odiapua.com

ଓଡିଶା ହକି ବିଶ୍ୱକପ ଉଦଘାଟନି ଉତ୍ସବ ଦେଖିବା ପାଇଁ ମାଲାକନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଡିଜିଟାଲ ଏଲଇଡି ବ୍ୟବସ୍ଥା

ମାଲକାନଗିରି,୨୭ା୧୧(ଓଡିଆ ପୁଅ )  ଆଜି  ଭୁବନେଶ୍ୱର ଠାରେ ଅନୁଷ୍ଟିତ  ଓଡିଶା ପୁରୁଷ ହକି ବିଶ୍ୱକପ ଉଦଘାଟନି ଉତ୍ସବକୁ ମାଲକାନଗିରି ସହରବାସୀଙ୍କ ସହ ସାତଟି ଯାକ ବ୍ଲକର ଜନସାଧାରଣଙ୍କୁ ଦେଖାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବିଜେଡି ଦଳ, ବିଜୁ ଯୁବବାହିନୀ ପକ୍ଷରୁ ବିଭିନ୍ନ ସ୍ଥାରେ ବଡ ବଡ ଏଲଇଡି ବ୍ୟବସ୍ଥା କରାଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଡିଏନକେ ଖେଳପଡିଆ ଠାରେ ଓଡିଶା ପୁରୁଷ ହକି ବିଶ୍ୱକପର ସିଧାସଳଖ ଧାରାବିବରଣି ଓ ଉଦଘାଟନି ଉତ୍ସବ ଦେଖିବା ନିମନ୍ତେ ଦର୍ଶକମାନଙ୍କ ପାଇଁ ଏକ ବିରାଟ ଡିଜିଟାଲ ଏଲଇଡି ବ୍ୟବସ୍ଥା ହୋଇଛି, ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଏହି ହକି ବିଶ୍ବକପକୁ ଉଦଘାଟନି କରିବା ପରେ  ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଲିଙ୍ଗରାଜ ପଣ୍ଡା,ଏସଡିପିଓ ଶ୍ରବଣ ବିବେକ ଏମ,ଡିଏଫଓ ପ୍ରଦୀପ ଦେବଦାଶ ମିରସେ,ଡିଏସପି ପ୍ରଦୀପ ଦାଶ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ,ପ୍ରୁମଖ ଜିଲ୍ଲାସ୍ତରୀ ଅଧିକାରୀ ଓ ବିଜୁ ଯୁବବାହିନୀର ଅଧିକାରୀ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଆତସବାଜୀ ସାଙ୍ଗକୁ ଆଦିବାସୀ ପାରମ୍ପାରିକ ବାଦ୍ୟ ଓ ମୃତ୍ୟପରିବେଷଣ କରାଯାଇଥିଲା , ଓଡିଶାରେ ପ୍ରଥମ ଥରକରି ପୁରଷ ହକିର ମାହକୁମ୍ଭ ବିଶ୍ୱକପ ଖେଳିବା ପାଇଁ ଆସିଥିବା ବିଭିନ୍ନ ଦେଶ ବିଦେଶରୁ ହକି ଖେଳାଳୀଙ୍କୁ ଏହି ଅବସରରେ ସୁଭେଚ୍ଛା ବାର୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶକୁମାର ମିଶ୍ର,ଜୟନ୍ତି ବୁରୁଦା,ଦେବାସୋଡି, ରାମମାଡକାମି,ସୋମେଶ ବାଘ ଜିଲ୍ଲା ଯୁବବିଜୁ ଯୁବବାହିନୀ ଓ ଜିଲ୍ଲାପ୍ରଶାସନର ପ୍ରମୁଖ କର୍ମକର୍ତାମାନେ ପରିଚାଳନା କରିଥିଲେ ।

ଡିଏନକେ ଖେଳପଡିଆରେ ୨ହଜାର ଦର୍ଶକ ମାନଙ୍କ ବସିବାପାଇଁ ଜିଲ୍ଲାପ୍ରଶାନ ପକ୍ଷରୁ ଚେୟାର ଓ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା, ରାତ୍ର ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଓ ଅନ୍ୟାନ ଅଧିକାରୀ ମାନଙ୍କ ସହ ହଜାର ହଜାର ଦର୍ଶକ ମାଲକାନଗିରି ଡିଏନକେ ଖେଳପଡିଆରେ ବସି ହକି ବିଶ୍ୱକପର ଉଦଘାଟନି ଉତ୍ସବ ଡିଜିଟାଲ ଏଲଇଡି ମାଧ୍ୟମରେ ଦେଖି ଖୁସିହୋଇ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମାଲକାନଗିରି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ଙ୍କ ନେତୃତ୍ୱରେ ବ୍ୟାପକ ପୁଲସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଠିକ ସେହି ପରି କୋରକୁଣ୍ଡା, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ,କାଲିମେଳା, ପଡିଆ, ମାଲକାନଗିରି ସାତଟି ଯାକ ବ୍ଲକରେ ଦର୍ଶକ ମାନଙ୍କ ପାଇଁ ଏଲଇଡି ମାଧ୍ୟମରେ ହକି ବିଶ୍ୱକପର ଧରାବିବିରଣି ଓ ଖେଳ ଦେଖିବାର ବ୍ୟବସ୍ଥା ହୋଇଛି । ଠିକ ସେହିପରି ସୁବାଷବୋଷ ଛକ ନିକଟରେ ବେଜେଡି ଦଳ ପ କ୍ଷରୁ ଓଡିଶା ହକି ବିଶ୍ବକପ ଦେଖିବା ନିମନ୍ତେ ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ଡିଜିଟାଲ ଏଲଇଡି ଲଗାଯ଼ାଇଛି, ଏହାକୁ ମାଲକାନଗିରି ବାଧାୟକ ମାନସ ମାଡକାମି ଉଦଘାଟନ କରିଥିଲେ ,