Odiapua.com

ଓଡିଶା ସାହିତ୍ୟ ଏକାଡ଼େମୀ ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ପୁରସ୍କାର ବିତରଣ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସାହିତ୍ୟ ଏକାଡ଼େମୀ ସ୍ୱନକ୍ଷତ୍ର ଦିବସ ୨୦୨୧ ପାଳନ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିôବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ଉପଲକ୍ଷେ ଆଜି ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଏକ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଯୋଗ ଦେଇ ପୁରଷ୍କାର ବିତରଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ଓଡିଶା ସାହିତ୍ୟ ଏକାଡ଼େମୀ ପୁରଷ୍କାରପ୍ରାପ୍ତ ଓଡିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟକି ବାସୁଦେବପୁର ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ସ୍ୱାତୀଶ୍ରୀ ସଞ୍ôଚତା ବାରିକ କନିଷ୍ଠ ବର୍ଗରେ ସାହିତ୍ୟ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପ୍ରଥମ ହୋଇ ଜିଲ୍ଲାର ଗୌରବ ବଡ଼ାଇଥିଲେ । ପ୍ରକାଶଯୋଗ୍ୟକି ୬ଷ୍ଠ ରୁ ୭ମ କନିଷ୍ଠ ବର୍ଗ ଓ ୮ମ ରୁ ୧୦ମ ବରିଷ୍ଠ ବର୍ଗରେ ସାହିତ୍ୟ ସମ୍ପର୍କିତ ବକ୍ତୃତା, ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ ଓ ଦେଶାତ୍ମବୋଧକ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୦ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ଦୁଇହଜାର ଟଙ୍କା ସହିତ ରାଜ୍ୟ ସ୍ତରରୁ ତାଙ୍କ ପାଇଁ ଆସିଥିବା ପୁରସ୍କାର ଓ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ପୁରଷ୍କାର ପ୍ରଦାନ କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।