Odiapua.com

ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘ ଉପସଭାପତି ନିର୍ବାଚିତ

କେନ୍ଦ୍ରାପଡ଼ା, ୧ା୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ତଥା ବରିଷ୍ଠ ଆଡଭୋକେଟ ଧ୍ରୁବ ଚରଣ ଜେନା ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତ ଡିସେମ୍ବରମାସ ୩୦ତାରିଖରେ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ୫୧ତମ ନିଖିଳ ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘର ସମ୍ମିଳନୀରେ ଆଡଭୋକେଟ ଶ୍ରୀ ଜେନାଙ୍କୁ ସର୍ବସମ୍ମତିକ୍ରମେ ସଙ୍ଘର ଉପସଭାପତି ଭାବେ ନିର୍ବାଚିତ କରାଯାଇଛି। ଆଡଭୋକେଟ ଶ୍ରୀ ଜେନା ସମସ୍ତ ଆଡଭୋକେଟମାନଙ୍କୁ କତଜ୍ଞତା ଜଣାଇବା ସହ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଛା ଜ୍ଞାପନ କରିଛନ୍ତି।