Odiapua.com

ଓଡିଶା ମୋପରିବାର ଅଧ୍ୟକ୍ଷଙ୍କ ସୀମାନ୍ତ ମୋଟୁ ପ୍ରବେଶ ଦ୍ୱାର ପରିଦର୍ଶନ,ପ୍ରବାସୀ ଶ୍ରମିକ ମାନଙ୍କୁ ସୁଖିଲା ଖାଦ୍ୟ ବଟଂନ

ମାଲକାନଗିରି,୨୯ ।୫ (ଓଡିଆ ପୁଅ ) ମହାମାରି କରୋନା ପ୍ରଭାବରେ ଲକାଡାଉନ ପାଇଁ ବାହାର ରାଜ୍ୟରେ ସବୁ କାମବନ୍ଦ ହୋଇଯାଇଥିବାରୁ ସେଠାରୁ ପ୍ରତି ଦିନ ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ପ୍ରବେଶ ଦ୍ୱାର ଦେଇ ଶହ ଶହ ସଂଖ୍ୟାରେ ପଥଚଲା ପ୍ରବାସୀ ଶ୍ରମିକ ମାନେ ଆସୁଛନ୍ତି । ଏହି ପଥ ଚଲା ଶ୍ରମିକ ମାନଙ୍କୁ ସହାୟତାର ହାତବଢାଇଛି ଓଡିଶା ମୋପରିବାର,ଆଜି ଭୁବନଶ୍ୱେର ଠାରୁ ଓଡିଶା ମୋପରିବାର ର ରାଜ୍ୟ ଅଧ୍ୟକ୍ଷ ଅରୁପ ପଟନାୟକ,ଓଡିଶା ମୋପରିବାରର ଆଇନ ଉପଦେଷ୍ଠା ଅବନି ସାହୁ ସ୍ୱତନ୍ତ୍ର ଗାଡିରେ ରିଲିଫ ସାମଗ୍ରୀ ଧରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପହଁଚିଛନ୍ତି । ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା,ଛତିଶଗଡରାଜ୍ୟ ସୀମାନ୍ତ ମୋଟୁ ପ୍ରବେଶ ଦ୍ୱାରା ଚେକପୋଷ୍ଟ ପରିଦର୍ଶନ କରି ସେହି ପଥଦେଇ ବାହାର ରାଜ୍ୟରୁ ଫେରନ୍ତା ପଥଚଲା ପ୍ରବାସୀ ଶ୍ରମିକ ମାନଙ୍କୁ ଭେଟି ଚୁଡା,ଚିନି,ବିସ୍କୁଟ,ପାଉଁରୋଟି,କଦଳୀ, ପାଣିବୋତଲ ଆଦି ଶୁଖିଲା ଖାଦ୍ୟ,ମାସ୍କ,ସାବୁନ ବଟଂନ କରି ସେମାନଙ୍କ ସୁଖଦୁଃଖ କଥା ପାଚାରି ବୁଝିବା ସହ ମୋଟୁ ପ୍ରବେଶ ପଥରେ ମୁତୟନ ଥିବା ପ୍ରଶାସନିକ ଅଧିକାରୀ ଓ କରୋନା ଯୋଦ୍ଧାମାନଙ୍କ ସହିତ ପ୍ରବାସୀ ଶ୍ରମିକ ମାନଙ୍କ ସଂପର୍କରେ ଆଲୋଚନା କରିଛନ୍ତି । ଓଡିଶା ମୋପରିବାର ଅଧ୍ୟକ୍ଷ ଙ୍କ ସହିତ ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ପୁବ ର୍ତନ ବିଧାୟକ ମୁକୁନ୍ଦସୋଡି,ବିଜେଡି ନେତା ସବ ର୍କୁମାର ବିଷୋୟୀ,ଗୋପାଳ ପଣ୍ଡା,ଆଡମା ରାବା,ରାଜେନ୍ଦ୍ର ପଣ୍ଡା,ସତ୍ୟପାଣିଗ୍ରାହୀ,ସରତ ଚନ୍ଦ୍ରସାହୁ ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ପଥଚଲା ପ୍ରବାସୀ ଶ୍ରମିକ ମାନଙ୍କୁ ସୁଖିଲା ଖାଦ୍ୟ ପ୍ରଦନ କରି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।