Odiapua.com

ଓଡିଶା ବିକଳାଙ୍ଗ ମଞ୍ଚର ୨ୟ ବାର୍ଷିକୋତ୍ସବ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ଉପଲକ୍ଷେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ସ୍କୁଲ ପଡିଆରେ ‘ଓଡିଶା ବିକଳାଙ୍ଗ ମଞ୍ଚ’ର ଭଦ୍ରକ ଶାଖା ଓ ଉମିଦ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି । ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ବିଶ୍ୱମ୍ଭର ରାଉତଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ôସବକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ବିଡିଓ ଦେବଦତ୍ତ ଦାଶ ମୁଖ୍ୟବକ୍ତା, ପୂର୍ବତନ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲା ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଆକ୍ସନ ଏଡ ଇଣ୍ଡିଆ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ଉମିତ ଫାଉଣ୍ଡେସନ ସମ୍ପାଦକ ରାଜେଶ ବାରିକ, ସି.ଆର.ଏସ.ଆର. ନିର୍ଦ୍ଦେଶକ ଭଗବାନ ପରିଡା, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ସୁଧାଂଶୁ ପାଢୀ, ସରସଦା ସରପଞ୍ଚ ମଣିକାଞ୍ଚନ ସେନାପତି, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଦିବ୍ୟାଙ୍ଗମାନେ ସମାଜର ଦିବ୍ୟଅଙ୍ଗ ।

ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗମାନଙ୍କୁ ଅଗ୍ରଣୀ ସୁଯୋଗ ମିଳିବା ଦରକାର । ଏଥିପାଇଁ ପାରିବାରିକ, ସାମାଜିକ ଓ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇବା ଜରୁରୀ ଅଟେ ବୋଲି ‘ଓଡିଶା ବିକଳାଙ୍ଗ ମଞ୍ଚ’ର ଦ୍ୱିତୀୟ ବାର୍ଷିକୋତ୍ôସବରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଏଥିପାଇଁ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ଆବଶ୍ୟକତା ସୁରକ୍ଷା ଦିଗରେ ମଞ୍ଚର ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭାଧାରୀ ଭିନ୍ନକ୍ଷମ କଳାକାରମାନଙ୍କୁ ମଞ୍ଚ ପକ୍ଷରୁ ଚାରାବୃକ୍ଷ ସହ ସମ୍ବର୍ଦ୍ଧିତ କରାଯିବା ସହ ଉମିଦ ଫାଉଣ୍ଡେସନ, ଜୟଦୁର୍ଗା ଫାଉଣ୍ଡେସନ, ସାଇକ୍ରିଷ୍ଣା ସେବା ଟଷ୍ଟ୍ର, ମାନବସେବା ସଙ୍ଗଠନ, ଜନତା ସ୍କାଇଲ ଗ୍ରୁପକୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସମ୍ପାଦକ ଶ୍ରୀ ସାହୁଙ୍କ କନ୍ୟା ଲକ୍ଷ୍ମୀପ୍ରିୟାର ଜନ୍ମୋତ୍ସବ ମଧ୍ୟ ସଭାରେ ପାଳନ କରାଯାଇଥିଲା । ମଞ୍ଚର ସଦସ୍ୟ ହୃଦାନନ୍ଦ ପାଢୀ, ଅନ୍ତର୍ଯ୍ୟାମୀ ପରିଡା, କରୁଣାକର ସାହୁ, ଯଦୁମଣି ଦାସ, ମନୋରଞ୍ଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ନାୟକ, ଇତିଶ୍ରୀ ପୃଷ୍ଟି, କୃପାସିନ୍ଧୁ ବେହେରା ଓ ଉମିଦର ସଦସ୍ୟ ରାଜକିଶୋର ଯେନା, ପ୍ରଣୟ ସାମଲ, ଆକାଶ, ବିଜୟଲକ୍ଷ୍ମୀ, ଲିଜା, ଦୀପା, ମଧୁସ୍ମୀତା, ଜିତେନ୍ଦ୍ର, ବଳରାମ, ବିଜୟ, ଜଗନ୍ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।