Odiapua.com

ଓଡିଶା ଦିବ୍ୟାଙ୍ଗ ମଞ୍ଚର କର୍ମଶାଳା ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଲ୍ୟାଣମଣ୍ଡପରେ ଓଡିଶା ଦିବ୍ୟାଙ୍ଗ ମଞ୍ଚ ପକ୍ଷରୁ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଜିଲ୍ଲା ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ପୌରହିତ୍ୟରେ ଓ ବ୍ଲକ ସଭାପତି ଭାସ୍କର ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ୧୫୦ ନିଯୁକ୍ତି ଆଶାୟୀ ଯୋଗ ଦେଇଥିଲେ। ଆକ୍ସନ ଏଡ ଇଣ୍ଡିଆ ସହଯୋଗରେ ଏହି ପ୍ରଶିକ୍ଷଣ ଶିବିରର ଶିବିରାର୍ଥୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିଯୁକ୍ତି ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ଉମିଦ ପରିବାର ସମ୍ପାଦକ ରାଜକିଶୋର ବାରିକ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ନିଯୁକ୍ତି ନିମନ୍ତେ ଏହି ଶିବିର ଉଫଯୋଗୀ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। ବିଜୟ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଭିନ୍ନକ୍ଷମମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କୀୟ ଦାବିପତ୍ର ବିଡିଓ ଦେବଦତ୍ତ ଦାଶଙ୍କୁ ପ୍ରଦାନ କରିଥିଲେ। ପୁନଶ୍ଚ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ସାକ୍ଷାତ କରି ଭିନ୍ନକ୍ଷମ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଜମି ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିବା ସହ ବସୁନ୍ଧରା ଯୋଜନାରେ ଭିନ୍ନକ୍ଷମମାନଙ୍କୁ ଘରଡିହ ଯୋଗାଣ ପାଇଁ ଦାବିରଖିଥିଲେ।