Odiapua.com

ଓଡିଶା ଜୀବିକା ମିଶନ ତରଫରୁ ବୈଠକ

ବାଲିଗୁଡା ୧୯-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମାପଞ୍ଚାୟତରେ ଓଡିଶା ଜୀବିକା ମିଶନ ତରଫରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ପୋଗ୍ରାମ ଅଫିସର ସରୋଜିନୀ ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତଳୋନ କରି ମହିଳା ମିଶନ ଶକ୍ତିକୁ ସୁଦୃଢ କରିବା ପାଇଁ କହିଥିଲେ, ଏଥିରେ ବାରଖମା ପଞ୍ଚାୟତର ସମସ୍ତ ମହିଳା ଗୋଷ୍ଠୀ ଉପସ୍ଥିତ ରହିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ଉକ୍ତ ଦିବସରେ ଏମବିକେ ସଂନ୍ଧ୍ୟା ରାଣୀ ଡିଗାଲ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବାରଖମା ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ପିଙ୍କି ମାଝୀ,ସମ୍ପାଦିକା ମିନି ପ୍ରଧାନ, ସମସ୍ତ କର୍ମକର୍ତ୍ତା ସିଆରପି,ପାଣି ମିତ୍ର, କୃଷି ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମା ଗ୍ରୁପ ମାନେ ଯୋଗଦେଇଥିଲେ l ଶେଷରେ ଏମବିକେ ସନ୍ଧ୍ୟା ରାଣୀ ଡିଗାଲ ତ୍ରିରଙ୍ଗା ପତାକା ତଳେ ସମସ୍ତ ସ୍ୱୟଂ ଗୋଷ୍ଠୀକୁ ନେଇ ଶପଥ କରିଥିଲେ, ଯେ,ସମଗ୍ର ବାରଖମା ପଞ୍ଚାୟତ ସ୍ୱଚ୍ଛ ଓ ନିଶାମୁକ୍ତ ହେଇପାରିବା ସହ ଓଡିଶା ମହିଳା ମିଶନ ଶକ୍ତି ଏବଂ ଓଡିଶା ମହିଳା ଜୀବିକା ମଞ୍ଚର ଲକ୍ଷ ଦାରିଦ୍ର ଦୂରୀକରଣ,ସମସ୍ତ ସ୍ୱୟଂ ଗୋଷ୍ଠୀର ଜୀବନ ଜୀବିକା ଉପରେ ବିକାଶ ହୋଇ ପାରିବ ସେ ନେଇ କହିଥିଲେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।