Odiapua.com

ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏମ୍‌ଏନ୍‌ଆରଇଜିଏସ୍ ଯୋଜନାରେ ବର୍ଷ କୁ ମୂଲିଆ ମାନଙ୍କୁ ସର୍ବନିମ୍ନ ୨୦୦ ଦିନ କାମ, ସମସ୍ତ କ୍ଷେତମଜଦୂର ମାନଙ୍କ ଦୈନିକ ମଜୁରୀ ୬୦୦ ଟଙ୍କା,୬୦ ବର୍ଷରୁ ଉର୍ଦ୍ଧ ସମସ୍ତ ବାର୍ଦ୍ଧକ୍ୟ ଲୋକଙ୍କୁ ମାସିକ ଭତା ୩୦୦୦ ଟଙ୍କା ପ୍ରଦାନ,ଚାନ୍ଦବାଲି ବ୍ଲକର ସମସ୍ତ ଭୂମିହୀନ ମାନଙ୍କୁ ୪ ଡିସମିଲ ଘରଡିହ ଓ ବାସଗୃହ ନିର୍ମାଣ ପାଇଁ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ଯୋଗାଇ ଦେବା ଆଦି ଦାବି ନେଇ ଓଡିଶା କ୍ଷେତମଜଦୂର ୟୁନିୟନ ଚାନ୍ଦବାଲି ବ୍ଲକ କମିଟି ପକ୍ଷରୁ ଚାନ୍ଦବାଲି ବସଷ୍ଟାଣ୍ଡ ଠାରୁ ଏକ ଲାଲ୍ ଶୋଭାଯାତ୍ରା ବାହାରି ଚାନ୍ଦବାଲି ସହର ପରିକ୍ରମା କରି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଶ୍ରମିକ ନେତା ମଳୟ ଭୋଇ, ସିପିଆଇଏମ ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, କ୍ଷେତମଜଦୂର ନେତା ଅମୂଲ୍ୟ ନାୟକ, ଗଙ୍ଗାଧର ମହାଳିକ, ଚକ୍ରଧର ଦାସ, ରମାକାନ୍ତ ବେହେରା, ସୃଷ୍ଟିଧର ବିଶ୍ୱାଳ, ପ୍ରତାପ ମହାଳିକ, ଦିବାକର ସେନାପତି, ମହିଳା ନେତ୍ରୀ ଅନସୂୟା ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।