କୋରାପୁଟ ୦୪-୦୭(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାରମ୍ଭିକ ଇ-ଲର୍ଣ୍ଣିଂ ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ କର୍ମଶାଳା ଆୟୋଜିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଯୋଗଦେଇ ସଫଳ କର୍ମାଶାଳା ପାଇଁ ଶୁଭେଛା ଜଣେଇବା ସହ କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉନ୍ନତ ଇ-ଲର୍ଣ୍ଣିଂ ବିଷୟବସ୍ତୁ ପ୍ରସ୍ତୁତ କରିବାରେ ସମସ୍ତ ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ଶରତ କୁମାର ପଳିତା ଉଦଘାଟନୀ ଭାଷଣ ଦେଇ ମାସିଭ ଓପେନ ଅନଲାଇନ କୋର୍ସେସ ଓ ସ୍ୱୟମ ପ୍ଲାଟଫର୍ମର ଧାରଣା ଉପରେ ଆଲୋକପାତ କରି ବିଶ୍ୱବିଦ୍ୟାଳୟ ଗତ ବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ ଶିକ୍ଷାର ମୋଡ ଗ୍ରହଣ କରିସାରିଛି ବୋଲି ସୂଚନା ଦେଇଥିଲେ ।ଡିଜିଟାଲ ମିଶ୍ରଣ ଶିକ୍ଷା ଦାନ କ୍ଷେତ୍ରରେ ଏକ ଶକ୍ତିଶାଳୀ ପଦ କ୍ଷେପ ବୋଲି ସାମ୍ବାଦିକତା ଓ ଜନସଂଚାର ବିଭାଗର ପରିଦର୍ଶକ ପ୍ରଫେସର ଅକ୍ଷୟ ରାଉତ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଡିଜିଟାଲ ଶିକ୍ଷା ମହାମାରୀ ସଂକଟର ଏକ ପ୍ରତିକ୍ରୀୟା ।ତେଣୁ ବର୍ତମାନ କୋଭିଡ-୧୯ ପରିପେକ୍ଷୀରେ ଶିକ୍ଷା କ୍ଷେତ୍ରରେ ଏହା ଏକ ଚିରସ୍ଥାୟୀ ପ୍ରତିକାର ଅଟେ ବୋଲି ସେ ପ୍ରକାଶ କରିଛନ୍ତି ।ଏଡକ୍ସ,କୋର୍ସରା ,ଇପିଜି-ପାଠଶାଳା,ବିଦ୍ୟାମିତ୍ର,ୟୁଜିସି ମକସ,ସ୍ୱୟମ ପ୍ରଭା ଓ ଶୋଧ ଗଙ୍ଗା ଭଳି ବିଭିନ୍ନ ପ୍ଲାଟଫର୍ମ ଉପରେ ଗାନ୍ଧିନଗରସ୍ଥିତ ଇନଫ୍ଲିବନେଟ ସେଂଟରର ବୈଜ୍ଞାନିକ ଡ. ଅଭିଷେକ କୁମାର ପ୍ରଥମ ବକ୍ତାଭାବେ ଯୋଗଦେଇ ଆଲୋକପାତ କରିଥିଲେ ।ଗ୍ରାମାଂଚଳ ଓ ସହରାଂଚଳରେ ଶି୩ାକୁ ପହଂଚାଇବା ପାଇଁ କମ୍ୟୁନିଟି ରେଡିଓ ଏବଂ ଡିଟିଏଚ କାର୍ଯ୍ୟକ୍ରମର ବ୍ୟବହାର ଉପରେ ସିଇଏମସିଏ , ନୂଆଦିଲ୍ଲୀର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଡ. ମାନସ ରଂଜନ ପାଣିଗ୍ରାହୀ ଦ୍ୱିତୀୟ ବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କର୍ମାଶାଳା ଶେଷରେ ପାରସ୍ପରିକ ଆଲୋଚନା ହୋଇଥିଲା ଯେଉଁଥିରେ ବକ୍ତାମାନେ ଛାତ୍ର ଓ ଅଧ୍ୟାପକଙ୍କ ପ୍ରଶ୍ନର ଉତର ଦେଇଥିଲେ ।ବିଶ୍ୱବିଦ୍ୟାଳୟ ମକସ ପାଇଁ ସଂଯୋଜକ ଡ. କାକୋଳୀ ବାନାର୍ଜି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ମହାମାରୀପରବର୍ତୀ ଦିନରେ ମିଶ୍ରିତ ଶିକ୍ଷାର ଗୁରୁତ୍ୱ ଉପରେ କମ୍ପୁଟର ବିଜ୍ଞାନ ବିଭାଗର ପରିଦର୍ଶକ ପ୍ରଫେସର ପି .ଏସ.ଅବଧାନୀ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟ ମକସ କମିଟି ଦ୍ୱାରା ନିଆଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ୱାରା ମଡ୍ୟୁଲର ବିକାଶକୁ ସୁଗମ କରିବା ପାଇଁ ଏକ ମକସ ଷ୍ଟୁଡିଓ ବିକଶିତ କରିବାର ଆବ୍ୟଶକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।ପରୀକ୍ଷ ନିୟନ୍ତ୍ରକ ଡ. ରାମଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାଯ୍ୟ୭କ୍ରମରେ ଭାରତର ୨୨ଟି ରାଜ୍ୟର ୨୭ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧି ତଥା ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।