Odiapua.com

ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ

କେନ୍ଦ୍ରାପଡ଼ା, ୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଞ୍ଚାୟତର ତରାଣ୍ଡୋସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଇକୋ କ୍ଲବ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଆଶୁତୋଷ ଶତପଥୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାରୋ ପଞ୍ଚାୟତର ସରପଞ୍ଚ ଗୋପିନାଥ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ପରିଡା, ଗଙ୍ଗାଧର ମହାନ୍ତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।