Odiapua.com

ଓଡିଶାର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ୍ ମହାପାତ୍ରଙ୍କ ଦେହାନ୍ତ -କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ

ଭୁବନେଶ୍ୱର ୧-୫ (ଓଡ଼ିଆ ପୁଅ) ଓଡିଶାର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ୍ ମହାପାତ୍ରଙ୍କ କୋଭିଡ -୧୯ କାରଣରୁ ଦେହାନ୍ତ ଦେହାନ୍ତ ହୋଇଛି। ବରିଷ୍ଠ ସାମ୍ବାଦିକ ପ୍ରୀତିମାନ୍ ମହାପାତ୍ର ଟାଇମ୍ସ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସଂସ୍କରଣ ପାଇଁ କାର୍ଯ୍ୟ କରୁଥିଲେ। ସେ ଭୁବନେଶ୍ୱର ସ୍ଥିତ ବ୍ଲୁ ହ୍ୱିଲ୍ ହସ୍ପିଟାଲରେ କରୋନା ସଂକ୍ରମିତ ହୋଇ ଚିକିତିସାଧିନ ଥିଲେ। ତାଙ୍କର କରୋନା ଲକ୍ଷଣ ବିକଶିତ ହେବା ପରେ ଏବଂ କୋଭିଡ -୧୯ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ବ୍ଲୁ ହ୍ୱିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଖରାପ ଥିବାରୁ ସେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଭେଣ୍ଟିଲେଟର ସହାୟତାରେ ଥିଲେ। କୋଭିଡ -୧୯ ପାଇଁ ଚିକିତ୍ସା ଚାଲିଥିବାବେଳେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ କୋଭିଡ -୧୯ ଆକ୍ରାନ୍ତ ହୋଇଛନ୍ତି।

ସାମ୍ବାଦିକ ଭାବରେ ମହାପାତ୍ରଙ୍କ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରୁଥିଲେ। ସେ ସନ୍ ଟାଇମ୍ସରୁ ତାଙ୍କର କାଯ୍ୟାରମ୍ଭ କରିଥିଲେ ତା’ପରେ OTV, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେକାନ୍ କ୍ରୋନିକଲ୍ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆରେ କାର୍ଯ୍ୟ କରିଛନ୍ତି।