Odiapua.com

ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧଉତ୍ସଵ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଜଗତସିଂହପୁର ୭/୯ (ଓଡ଼ିଆ ପୁଅ/ନୃସିଂହଚରଣ ବାରିକ୍) ବସନ୍ତ କୁମାର ବିଶ୍ବାଳ ସ୍ମୃତି କମିଟି ପକ୍ଷରୁ ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ୧୭ ତମ ଶ୍ରାଦ୍ଧଉତ୍ସଵ ଆଜି ସ୍ଥାନୀୟ ସାରଦା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧଉତ୍ସଵରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବାଲିକୁଦାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜଗତସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଇଂ ନଳିନୀ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ କର୍ମବୀର ବସନ୍ତ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ନେତା ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବସନ୍ତ ବାବୁ ଜଣେ ସାହସୀ, କର୍ମଯୋଗୀ, ନିଷ୍ଠାବାନ ବ୍ୟକ୍ତି ଥିଲେ ବୋଲି ପଞ୍ଚାନନ କାନୁନଗୋ କହିଥିଲେ। ଆଧୁନିକ ଯୁଗର ନିର୍ମାତା ଯୁବ ପିଢିଙ୍କ ଆଦର୍ଶ ବୋଲି ପୂର୍ବତନ ପୌରାଧକ୍ଷ ଶ୍ରୀଯୁକ୍ତ ବିପ୍ଳବ ଚୌଧୁରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ବଳରାମ ନାୟକ, ସମାଜସେବୀ ପ୍ରଦୀପ୍ତ ମିତ୍ର, ଜିଲ୍ଲାର ମାଟ୍ରିକ ଟପର ଆସିଆ ଶେଖ୍ ଙ୍କୁ ବସନ୍ତ କୁମାର ବିଶ୍ବାଳ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ବସନ୍ତ କୁମାର ବିଶ୍ଵାଳଙ୍କ ବିଷୟରେ ଚମତ୍କାର ଅଭିଭାଷଣ ପ୍ରଦାନ କରିଥିବା ଆର-ଜେ ଯାଜ୍ଞସେନୀକୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବସନ୍ତ କୁମାର ବିଶ୍ବାଳ ସ୍ମୃତିରେ ଡକ୍ଟର ଜଗଦାନନ୍ଦ ବେହେରା, ତିଳୋତ୍ତମା ଦାଶ, ଜ୍ଞାନ ରଞ୍ଜନ ପୃଷ୍ଟି, ସୁକାନ୍ତ କୁମାର ପ୍ରଧାନ, ଶରତ କୁମାର ରାଉତରାୟ ପ୍ରମୁଖ କବିତା ପାଠ କରିଥିଲେ।

ଏହି ଅବସରରେ ବସନ୍ତ କୁମାର ବିଶ୍ଵାଳଙ୍କ ସୁପୁତ୍ର ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ପ୍ରଦତ୍ତ ଟ୍ରାଇ ସାଇକେଲ ଶାରୀରିକ ଅକ୍ଷମ ବ୍ୟକ୍ତି ଦୁର୍ଗା ଚରଣ ଭୋଇଙ୍କୁ ପ୍ରଦାନ କରାଯାଇଥିଲା।

ଅନନ୍ତ ନାରାୟଣ ଦାଶ ବେଦ ପାଠ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ନଗର କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ସମାଜସେବୀ ଗୌରାଙ୍ଗ ଚରଣ ହୋତା, ଦେବୀ ପ୍ରସାଦ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ପରିଡା, ପ୍ରସନ୍ନ କୁମାର ସାମନ୍ତରାୟ, ନିତ୍ୟାନନ୍ଦ ପଣ୍ଡା, ନିରଞ୍ଜନ ବେହୁରା, ଲକ୍ଷ୍ମୀନାରାୟଣ ସାମନ୍ତରାୟ, ହେମନ୍ତ କୁମାର ରଥ, ରବିନ୍ଦ୍ର କୁମାର ଦାସ, ସଂଜୀବ ସ୍ଵାଇଁ, ଅଭୟ କୁମାର ମହାନ୍ତି, ସୌମ୍ୟଜିତ ଦାଶ, ଲୀପକ ସାହୁ, ସ୍ୱରୂପ କାନୁନଗୋ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ମୀନୁ ଚୌଧୁରୀ, ଦୀପ୍ତିରାଣୀ ପ୍ରଧାନ, ରୀତାଞ୍ଜଳୀ ଦାସ, ସୁମିତ୍ରା ବିଶ୍ଵାଳ, ପୂଜା ଗନ୍ତାୟତ, ସୁଦର୍ଶନ ବେହେରା, ପ୍ରବୀର ପରିଜା, ରଞ୍ଜିତ ଦାଶ, ନିରଞ୍ଜନ ସେନ୍, କେଦାର ଦଲେଇ, ନାରାୟଣ କାନୁନଗୋ, ବିଜୟ ବିଶ୍ଵାଳ, ବିକ୍ରମ ପରିଡା, ସିଦ୍ଧାର୍ଥ ତ୍ରିପାଠୀ, ନିରଞ୍ଜନ ମହାପାତ୍ର, ବେଣୁଧର ସ୍ଵାଇଁ, ରାକେଶ ସ୍ଵାଇଁ, ପଦ୍ମ ଚରଣ ରାଉତ, ପବନୀ ଭୋଇ, ମହମ୍ମଦ ସମ୍ମିମ, ଅବନୀକାନ୍ତ ମହାରଣା, ବାବୁଲି ନାୟକ, ବଂଶୀଧର ପଟ୍ଟନାୟକ, ଅତୁଲ୍ୟ କୁମାର ବିଶ୍ବାଳ, ଅଦ୍ଵୈତ ଜେନା, ଗୁଣ୍ଡୁରୁ ମହାପାତ୍ର, ବସନ୍ତ କୁମାର ଲେଙ୍କା, ନିରଞ୍ଜନ ସେଠୀ, ସମୀର କୁମାର ଖୁଣ୍ଟିଆ, ସୁବାସ ଚାନ୍ଦ, ମହନି ଚରଣ ବେହେରା, ମନୋରଞ୍ଜନ ମହାନ୍ତି, ରୂପଶ୍ରୀ ରାଗିଣୀ ଦାସ, ସୁର୍ଯ୍ୟକାନ୍ତ ସାହୁ, ମାନସ ରଥ, କୃଷ୍ନ ଚନ୍ଦ୍ର ସାହୁ, ଶେଖ୍ ମନାନ୍, ପଦ୍ମ ଚରଣ ମହାନ୍ତି, ରଞ୍ଜିତ ମଲ୍ଲିକ, ମୁନା ଷଡଙ୍ଗୀ, ଲିଟୁ ଗୋଚ୍ଛାୟତ, ଅକ୍ଷୟ କୁମାର ସାହୁ, କ୍ଷେତ୍ରବାସୀ ଦାସ, ଶେଖ୍ ସଲିମ, ଚିନ୍ମୟ କାଣ୍ଡି, ଦୂର୍ଗା ବିଶୋଇ, ସନ୍ତୋଷ ଜେନା, ଲିଙ୍ଗରାଜ ସାହୁ, ରାକେଶ ରାଉତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ସଭାକୁ ସଫଳ କରିଥିଲେ।