Odiapua.com

ଓଡିଶାର ନାରୀ ଶକ୍ତି ବିରୁଦ୍ଧରେ ମିଥ୍ୟା ଅଭିଯାନ ଚଳାଇଛି ବିଜେପି: ବିଜେଡି

ଧାମନଗର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଅପମାନ
ବିଜେପି ବିରୁଦ୍ଧରେ ମହିଳାଙ୍କ ଅସନ୍ତୋଷ ବଢୁଛି
ନଭେମ୍ବର ୩ରେ ବିଜେପିକୁ କଡା ଜବାବ ଦେବେ ମହିଳା
ଭୁବନେଶ୍ୱର, ୩୦/୧୦ (ଓଡ଼ିଆ ପୁଅ) : ଧାମନଗର ଉପନିର୍ବାଚନରେ ବିପୁଳ ଭୋଟରେ ପରାଜୟ ବରଣ କରିବା ଜାଣିବା ପରେ ଓଡିଶା ବିଜେପି ପୁଣିଥରେ ମିଥ୍ୟା ଏବଂ ଭିତ୍ତିହୀନ ଆରୋପ ଆରମ୍ଭ କରିଛି। ବିଶେଷ କରି ନାରୀ ଶକ୍ତି ବିରୁଦ୍ଧରେ ଏଭଳି ମିଥ୍ୟା ଅଭିଯାନ ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ନେତ୍ରୀଙ୍କୁ କଡା ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପି ବର୍ତ୍ତମାନ ଏତେ ତଳକୁ ଖସିଯାଇଛି ଯେ ଧାମନଗରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଅପମାନିତ କରିବା ଏବଂ ଓଡ଼ିଶାର ନାରୀ ଶକ୍ତିକୁ ଅପମାନିତ କରିବାକୁ ପଛାଉ ନାହିଁ।

ଓଡ଼ିଶା ବିଜେପି ଏବେ ଧାମନଗରରେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ସଂକ୍ରାନ୍ତୀୟ ଏକ ଜାଲ୍‍ଭିଡିଓ ପ୍ରସ୍ତୁତ କରିଛି। ଏହାପରେ ଧାମନଗର ଉପନିର୍ବାଚନ ପ୍ରଚାର ସମୟରେ ସେମାନେ ବରିଷ୍ଠ ବିଜେଡି ମହିଳା ସଦସ୍ୟାଙ୍କୁ ଧମକାଇବା ଏବଂ ହଇରାଣ କରିବା ଆରମ୍ଭ କରିଛନ୍ତି। ଆଜି ସେମାନେ ପୁଣି ଧାମନଗରର ଜଣେ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।

ଧାମନଗର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପରାଜୟର ଭୟକୁ ଘୋଡାଇବା ପାଇଁ ଓଡିଶା ବିଜେପି କେତେ ତଳ ସ୍ତରକୁ ଯାଇପାରେ ତାହା ସେମାନଙ୍କ ମୁହଁରୁ ଜଣାପଡି ଯାଉଛି। ଧାମନଗରର ନାରୀ ଶକ୍ତି ଏହି ଉପନିର୍ବାଚନରେ ଓଡିଶା ବିଜେପି ଦ୍ୱାରା ରାଜ୍ୟର ମହିଳାଙ୍କ ସମ୍ମାନକୁ ଯେଭଳି କ୍ଷୁର୍ଣ୍ଣ କରାଯାଉଛି ତାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ଏବଂ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ମତଦାନ ଦିନ ସେମାନେ ଓଡିଶା ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି।