Odiapua.com

ଓଡିଶାରୁ ୫୭୧୬୧୩୪ ଏମ୍ଟି ଧାନ କିଣିଲେ କେନ୍ଦ୍ର ସରକାର- ଧାନ କ୍ରୟ ଯୋଗୁଁ ଓଡିଶାର ୧୨୯୦୮୪୬ କୃଷକ ଲାଭବାନ୍

୨୦୨୧ -୨୨ ଖରିଫ୍ ବିପଣନ ଋତୁ (କେଏମ୍ଏସ୍)ରେ ୭୪୧. ୬୨ ଏଲ୍ଏମ୍ଟି ଧାନ କ୍ରୟ କରାଯାଇଛି (୨୭/୦୩/୨୦୨୨ ପର୍ଯ୍ୟନ୍ତ)

୧, ୪୫, ୩୫୮.୧୩ କୋଟି ଟଙ୍କାର ଏମଏସ୍ପି ମୂଲ୍ୟ ଯୋଗୁଁ ୧୦୫.୧୪ ଲକ୍ଷ କୃଷକ ଲାଭାନ୍ୱିତ ହୋଇଛନ୍ତି

ନୂଆ ଦିଲ୍ଲୀ ୨୮ ମାର୍ଚ୍ଚ (ଓଡ଼ିଆ ପୁଅ) ପୂର୍ବ ବଷ ର୍ଗୁଡିକ ଭଳି ୨୦୨୧ -୨୨ ଖରିଫ୍ ବିପଣନ ଋତୁ (କେଏମ୍ଏସ୍)ରେ କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ଧାନ କ୍ରୟ ସୁଚାରୁ ରୂପେ ଅଗ୍ରଗତି କରୁଛି।

୨୦୨୧- ୨୨ ଖରିଫ୍ ବିପଣନ ଋତୁ (କେଏମ୍ଏସ୍)ରେ ୨୭/୦୩/୨୦୨୨ ତାରିଖ ସୁଦ୍ଧା ବିଭିନ୍ନ ଧାନ କ୍ରୟ କରାଯାଉଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ, ଯଥା ଚଣ୍ଡିଗଡ, ଗୁଜରାଟ, ଆସାମ, ହରିୟାନା, ହିମାଚଳ ପ୍ରଦେଶ, ଜାମ୍ମୁ ଏବଂ କାଶ୍ମୀର, ଝାଡଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ, ଉତରାଖଣ୍ଡ, ତେଲଙ୍ଗାନା, ରାଜସ୍ଥାନ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଏନ୍ଇଏଫ୍(ତ୍ରିପୁରା), ବିହାର, ଓଡିଶା, ମହାରାଷ୍ଟ୍ର, ପୁଡୁଚେରୀ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରୁ ୭୪୧. ୬୨୧ ଏଲ୍ଏମ୍ଟି ଧାନ କ୍ରୟ କରାଯାଇଛି।

ବର୍ତମାନ ସୁଦ୍ଧା ୧, ୪୫, ୩୫୮.୧୩ କୋଟି ଟଙ୍କା ମୂଲ୍ୟର ଏମ୍ଏସ୍ପିରୁ ୧୦୫.୧୪ ଲକ୍ଷ କୃଷକ ଲାଭାନ୍ୱିତ ହୋଇଛନ୍ତି।