Odiapua.com

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

ବାଲିଗୁଡା, ୨୯/୨- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ସତ୍ୟବ୍ରତ ଦାସଙ୍କ ପଦଯାତ୍ରା କରିଛନ୍ତି। ସତ୍ୟବ୍ରତ ଗତ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ।

ଆଜି ବାଲିଗୁଡା ବ୍ଲକରେ ପହଁଚି ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ଭେଟି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦାବିରେ ମହାମାନ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି। ଏହି ଦାବି ପତ୍ରରେ ଉଲ୍ଲେଖ ଅଛି ଯେ ଆମେ ଜନସଚେତନା ମଂଚ ପକ୍ଷରୁ ଆପଣମାନଙ୍କ ମାଧ୍ୟମରେ ଜଣାଉଛୁ ଯେ ଓଡିଶା ଏକ ଏଭଳି ରାଜ୍ୟ ଯାହାକି ପ୍ରତ୍ୟେକ ସମୟରେ ବିପର୍ଯ୍ୟସ୍ତର ସମ୍ମୁଖୀନ ହେଉଅଛି।

ଯଦି ଆମ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳେ ତାହାହେଲେ ଲୋକମାନେ ଉପକୃତ ହେବେ। ସତ୍ୟବ୍ରତ ଦାସ ଗତ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ଯାତ୍ରା ଆରମ୍ଭ କରିଛନ୍ତି।