Odiapua.com

ଓଡିଆ ସାମ୍ବାଦିକ ଦିବସ ପାଳିତ,ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପ୍ରତି ଗୁରୁତ୍ୱ

ମାଲକାନଗିରି,୫ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସାମ୍ବାଦିକ ସମନ୍ୱୟ କମଟି ପକ୍ଷରୁ ଜଲ୍ଲା ସଦର ମହକୁମାସ୍ଥ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଓଡିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟିର ଅଧ୍ୟକ୍ଷ ରତ୍ନାକରଦାଶ ଙ୍କ ପୌରହିତରେ ଅନୁଷ୍ଟିତ ଓଡିଆ ସାମ୍ବାଦିକ ଦିବସ ପାଳନ ଅବସରେ ଜିଲ୍ଲାର କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସାମ୍ବାଦିକ ସଂଘର ସଦସ୍ୟ ମାନେ ଓଡିଆ ସମ୍ବାଦପତ୍ରର ଜନ୍ମଦାତା କର୍ମବୀର ଗୌରୀଶଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ । ଗତ୧୮୬୬ ମସିହା ଅଗଷ୍ଟମାସ ୪ତାରିଖରେ କର୍ମବାରୀ ଗୌରୀଶଙ୍କର ରାୟ ଓଡିଶାର ପ୍ରଥମ ଓଡିଆ ଖବର କାଗଜ ଉତ୍କଳଦୀପିକା ପ୍ରକାଶିତ କରି ରାଜ୍ୟବାସୀଙ୍କ ନିକଟରେ ଦେଶ ଦୁନିଆର ଖବର ପହଁଚାଇ ପାରୁଥିଲେ । ଆଜିର ଅତ୍ୟାଧୁନିକ ଇଟଂରନେଟର ଯୁଗରେ ଗଣମାଧ୍ୟମର ପ୍ରଚାର ପ୍ରସାର ଦୃତଗତିରେ ଆଗେଇ ଚାଲୁଥିଲେ ମଧ୍ୟ ଓଡିଆ ସମ୍ବାଦପତ୍ର ର ମାନ ହ୍ରାସ ପାଇନାହିଁ, କର୍ମବାରୀ ଗୌରୀଶଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗଣମାଧ୍ୟମ ପ୍ରତିନିଧିମାନେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଶଷଣ ପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ମଚାଂଶିନ ଅତିଥି ମାନେ ମତପୋଷଣ କରିଥିଲେ । ସଭାପ୍ରାରମ୍ଭରେ ସାମ୍ବାଦିକ ସମନ୍ୱୟ କମିଟିର ସଂପାଦକ ଦୁର୍ଯ୍ୟଧନପାତ୍ର ସଂପାଦକୀୟ ବିବରଣୀ ପାଠ ସହିତ ଓଡିଆ ସାମ୍ବାଦିକ ଦିବସର ଭୁମିକା ସଂପର୍କରେ ସୁଚନା ଦେଇଥିଲେ । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ସାମ୍ବାଦିକ ଅଶୋକମିଶ୍ର,ଦୁର୍ଗାପ୍ରସାଦ ପଟନାୟକ,ସତ୍ୟନାରାୟଣ ଦାସ , ସିମାଂଚଳ ପାଣିଗ୍ରାହୀ,ସୁଶାନ୍ତ କୁମାର ସାମଲ,ଶ୍ରୀନିବାସ ପାତ୍ର , ମନୋଜ ମହାନ୍ତି ,ଅଜିତ କୁମାର ଖୋସଲା, ଅପୁର୍ବ ଥଣ୍ଡର ,ସୋନୁ ଅନୁଗୁ , କିଶୋର ପାତିକା , ଚନ୍ଦନ ମିଶ୍ର ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ରହି ଓଡିଆ ସାମ୍ବାଦିକ ଦିବସର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଶେଷରେ ସାମ୍ବାଦିକ ରଂଜିତ ସା ଧନ୍ୟବାଦ ଅର୍ପଣ କରିଥିଲେ ।