Odiapua.com

ଓଡିଆ ଚଳଚିତ୍ର ଜଗତର ମହାନ ନାୟକ ବିଜୟ ମହାନ୍ତିଙ୍କ ଘର ବାହୁଡାକୁ ନେଇ ଜନ୍ମମାଟିିରେ ଖୁସିର ଲହରୀ

କେନ୍ଦ୍ରାପଡ଼ା ୧୪/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ନାୟକ ବିଜୟ ମହାନ୍ତି ଅସୁସ୍ଥ ହୋଇପଡି ବାରୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ପରେ ଅଭିନେତା ବିଜୟଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଁଚିଛନ୍ତି। ଶ୍ରୀ ମହାନ୍ତି ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ରହିଛି। କିନ୍ତୁ ଓଡିଆ ଚଳଚିତ୍ର ଜଗତର ସେହି ମହାନ ଅଭିନେତାଙ୍କ ଘରବାହୁଡାକୁ ନେଇ ଖୁସି ପ୍ରକଟ କରିଛନ୍ତି ତାଙ୍କ ଜନ୍ମମାଟି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରୀ ଗ୍ରାମର ଅଧିବାସୀମାନେ। ତାଙ୍କ ଦୀର୍ଘ ନୀରାମୟ ଜୀବନ କାମନା କରି ପଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଜଣେ ପ୍ରଖ୍ୟାତ ଓଡିଆ ଚଳଚିତ୍ର ଅଭିନେତା ଭାବରେ ସୁନାମ କମାଇଥିବା ବିଜୟ ଜିଲ୍ଲାର ଗର୍ବ ଓ ଗୈାରବ ହୋଇଥିବାରୁ ଜିଲ୍ଲାବାସୀ ମଧ୍ୟ ତାଙ୍କର ସୁସ୍ଥ ନୀରାମୟ ଜୀବନ କାମନା କରିଛନ୍ତି।