Odiapua.com

ଓଡ଼ିଶା ୱକଫ୍ ବୋର୍ଡ ପକ୍ଷରୁ ଧାମନଗରର ଖାନକା ହବିବିଆର ମତୱଲିଙ୍କୁ ସୀକୃତି

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ୱକାଫ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଐତିହାସିକ ଖାନକା ହବିବିଆ ମହଜିଦ ପାଇଁ ନୂତନ ମୁତୱଲି ନିଯୁକ୍ତି ତଥା ସୀକୃତି ଦିଆଯାଇଛି।ଓଡ଼ିଶା ୱକଫ ବୋର୍ଡର ଚିଠି ନମ୍ବର ୧୩୯୨ (୨)ଓବିଡବ୍ଲ୍ୟୁହବିବିଆ ତାରିଖ ୦୪.୦୮.୨୦୨୬ ଅନୁଯାୟୀ, ୧୯୯୫ ୱକଫ ଆଇନର ଧାରା ୩୨(ଗ) ଏବଂ ୯୯(୨)(ଖ) ଅଧିକାର ବଳରେ ତଥା ୨୦୨୫ ସଂଶୋଧିତ ୱକଫ ଆଇନ ଅନୁସାରେ, ସ୍ୱର୍ଗତ ଗୋଲାମ ମହମ୍ମଦ ହବିବୀ ଙ୍କ ପୁତ୍ର ସୟଦ୍ ମହମ୍ମଦ ହବିବ ସୀକୃତି ପ୍ରଦାନ କରା ଯାଇଚି । ସୁଚନା ଥାଉକି ଏହି ମହଜିଦ ରେ ମତୱଲି ଭାବେ ସ୍ୱର୍ଗତ ଗୋଲାମ ମହମ୍ମଦ ହବିବୀ ଦୀର୍ଘ ଦିନ ଧରି ସୁଚାରୁରୂପେ ଦାୟିତ୍ୱ ତୁଲାଉଥିଲେ। ଗତ ୨୦୧୯ ମସିହା ରେ ପୂର୍ବତନ ମତୱଲି ମୌଲାନା ଶୟଦ ଗୋଲାମ ମହମ୍ମଦ ହବିବି ପିରବାବା ଙ୍କ ବାର୍ଷିକ ଉତ୍ସବ ରେ ତାଙ୍କର ପୁତ୍ର ମୌଲାନା ସୟଦ ମହମ୍ମଦ ହବିବି ଙ୍କୁ ମତୱଲି ଭାବେ ଘୋଷଣା କରା ଯାଇଥିଲା। ୨୮/୧୨/୨୦୨୫ ରେ ଶୟଦ ଗୋଲାମ ବାବା ଙ୍କ ଦେହାନ୍ତ ହେବା ପରେ ଏବଂ ପରବର୍ତୀ ସମୟରେ ତାଙ୍କ ପୁତ୍ର ସୟଦ ମହମ୍ମଦ ହବିବି ସମ୍ପର୍ଣ୍ଣ ମତୱଲି ଦାୟିତ୍ୱରେ ଥିଲେ, । ପରେ କିଛିବ୍ୟକ୍ତି ମତୱଲି ଙ୍କ ବିରୋଧ ରେ ଓଡ଼ିଶା ୱକାପ ବୋର୍ଡ ରେ ଅଭିଯୋଗ କରିଥିଲେ । ତାହାକୁ ଚେଲେଞ୍ଜ କରି ପ୍ରତିପକ୍ଷ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ଶେଷରେ ପୁଣି ଶୟଦ ମହମ୍ମଦ ହବିବି ଙ୍କ ମତୱଲି ପଦ ଓଡ଼ିଶା ୱାକଫ ବୋର୍ଡ କାୟମ ରଖିଛନ୍ତି । ତେବେ ୪ ତାରିଖ ଦିନ ଏହି ଘୋଷଣା ପରେ ଖାନକା ସରିଫ ର ମତୱଲି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ବିଶାଳ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ତାଙ୍କ ବାସଭବନ କୁ ନେଇ ଥିଲେ ସେଠାରେ ମଧ୍ୟ ସମସ୍ତ ମିଠା ଖାଇ ଖୁସି ମନାଇ ଥିଲେ।