Odiapua.com

ଓଡ଼ିଶା ବିଧାନସଭା “ସ୍ଥାୟୀ ସମିତି’ ରେ ଭଦ୍ରକର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ଭଳି ୨ଟି ପ୍ରସ୍ତାବ ଆଗତ କଲେ ବିଧାୟକ ସୀତାଂଶୁ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ମୁଖ୍ୟ ବସ୍‌ଷ୍ଟାଣ୍ଡକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଚରମ୍ପା ଓଏସ୍‌ଆରଟିସି ପଡିଆରେ ଏକ ନୂତନ ବ୍ୟବସାୟିକ କମ୍ଲେକ୍ସ ନିର୍ମାଣ କରିବା ଭଳି ଦୁଇଟି ପ୍ରସ୍ତାବ ରଖିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଓଡ଼ିଶା ବିଧାନସଭା ପରିସରରେ “ସ୍ଥାୟୀ ସମିତି’ ଅଧ୍ୟକ୍ଷ ସୁଧିର ରଞ୍ଜନ ପାଟଯୋଶୀଙ୍କ ନେତୃତ୍ୱରେ ବାଣିଜ୍ୟ ଓ ପରିବହନ ବିଭାଗ ସହ ହୋଇଥିବା ଏହି ବୈଠକରେ ଯାନବାହନ ସୁବିଧା,ବ୍ୟବସାୟ ଢାଂଚା ଓ ଲୋକସେବା ବୃଦ୍ଧି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନା କାଳରେ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ଭଦ୍ରକ ଜିଲାର ଜନସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଦୀର୍ଘଦିନରୁ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡଟିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଓ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କ ପାଇଁ ଚରମ୍ପା ଓଏସ୍‌ଆରଟିସି ପଡିଆରେ ଏକ ନୂତନ ବ୍ୟବସାୟିକ କମ୍ପେ୍ଲକ୍ସ ନିର୍ମାଣ କରିବା ପାଇଁ ଅଧିକାରୀ ମାନଙ୍କ ନିକଟରେ ସୁପାରିଶ କରିଛନ୍ତି।