Odiapua.com

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀମାନଙ୍କ ପାଇଁ ଇ ପି ଏଫ୍ କାର୍ଯ୍ୟକାରୀ ପାଇଁ ଦାବି

ସମ୍ବଲପୁର,୧୬/୧୧ (ଓଡ଼ିଆ ପୁଅ/ସରୋଜ ସାହୁ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ବୈଠକ ଦେବଗଡ଼ ଜ଼ିଲ୍ଲା ବାରକୋଟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଜ଼ିଲ୍ଲାର ବାରକୋଟ ଏବଂ କନ୍ଧଲ ରେଞ୍ଜର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଭାକୁ ସଂଘ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କର୍ମଚାରୀ ମାନଙ୍କ ପାଇଁ ଘୋଷଣା ହୋଇଥିବା ଇ ପି ଏଫ୍ କୁ ଶୀଘ୍ର କାର୍ଯ୍ୟକାରି କରିବା ପାଇଁ ଦାବି କରିଥିଲେ। କର୍ମଚାରୀମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ନିବୃତ କରିବା ଘଟଣା ପାଇଁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। କେନ୍ଦୁପତ୍ର ସଂସ୍ଥା ଉପରୁ ଜି ଏସ ଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ ଚରଣ ପ୍ରଧାନ, ଗୁରୁ ଚରଣ ବେହେରା, ବିନୋଦ ପ୍ରଧାନ, ଘାସିରାମ ପ୍ରଧାନ, ମଧୁ ସୁଦାନ ଧଳ, କୁମୁଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ଦେହୁରୀ, ସନ୍ତୋଷ ମହାକୁଡ ପ୍ରମୁଖ ଉଦବୋଧନ ଦେଇ ସଂସ୍ଥା ରୁ କର୍ମଚାରୀ ଙ୍କୁ ଚଟେଇ କିମ୍ବା ଦରମା ପ୍ରଦାନ ରେ ବିଳମ୍ବ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ।