Odiapua.com

ଓଡ଼ିଶାରେ ଚାଲିଲା ପ୍ରଥମ ମେମୁ ଟ୍ରେନ

ବ୍ରହ୍ମପୁର;୨୨,ଜୁନ(ଓଡ଼ିଆ ପୁଅ):ଆଜି ଓଡ଼ିଶାରେ ପ୍ରଥମ ମେମୁ ଟ୍ରେନ ଚାଲିବା ଆରମ୍ଭ ହୋଇଛି।ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍‌ ଚଳାଚଳ।ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଛି।ପୂର୍ବରୁ ଚାଲୁଥିବା ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ।ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍‌ ପହଞ୍ଚିବ। ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍‌। ଶନିବାର ବ୍ରହ୍ମପୁରରୁ ଖୋର୍ଦ୍ଧା ଏବଂ ରବିବାର ଖୋର୍ଦ୍ଧା ଓ ବ୍ରହ୍ମପୁର ମଧ୍ୟରେ ମେମୁ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି।