Odiapua.com

ଓଡ଼ିଶାରେ ଆନ୍ଧ୍ର ମାଛ ଯାଞ୍ଚ ହେବ

ଭୁବନେଶ୍ୱର;୧୨,ଜୁଲାଇ(ଓଡ଼ିଆ ପୁଅ):ଆନ୍ଧ୍ର ମାଛକୁ ଆସାମ ସରକାର ବ୍ୟାନ କରିବା ପରେ ଓଡିଶାରେ ଆନ୍ଧ୍ର ମାଛ ମଧ୍ୟ ପରୀକ୍ଷଣ କରାଯିବ।ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ପରୀକ୍ଷାଗାରରେ ଆନ୍ଧ୍ର ମାଛର ନମୂନା ପରୀକ୍ଷଣ କରାଯିବ।ଏହା ପରେ ରିପୋର୍ଟ ଆଧାରରେ କଡ଼ାକଡ଼ି ପଦକ୍ଷେପ ନିଆଯିବ।ଏନେଇ ଏକ ବିଶେଜ୍ଞ ଟିମ ଗଠନ କରାଯିବ ବୋଲି ପ୍ରଦୀପ ମହାରଥୀ କହିଛନ୍ତି ।
ସୂଚନାଯୋଗ୍ୟ,ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ସତେଜ ରଖିବା ପାଇଁ ଏକ ମାରାତ୍ମକ ରାସାୟନିକ ଦ୍ରବ୍ୟ ଫାର୍ମାଲିନ ବ୍ୟବହାର  କରାଯାଉଥିବା ଅଭିଯୋଗ ହେବା ପରେ ଆସାମରେ ଆନ୍ଧ୍ର ମାଛକୁ ବ୍ୟାନ କରି ଦିଆଗଲା।ଏହି ରସାୟନିକ ଦ୍ରବ୍ୟ ଖୁବ୍ କ୍ଷତିକାରକ।ମନୁଷ୍ୟ ଶରୀରରେ ମିଶଲେ ଏହା କ୍ୟାନସର ପରି ରୋଗ ସୃଷ୍ଟି କରାଇଥାଏ।ଏହି କାରଣରୁ ଆସାମ ସରକାର ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରି ଉପରେ ବ୍ୟାନ୍ ଲଗାଇଛନ୍ତି।ଏହାକୁ ନେଇ ଓଡ଼ିଶାର ଲୋକଙ୍କ ମନରେ ଛନକା ପଶିଛି।ଓଡ଼ିଶାକୁ ଆନ୍ଧରୁ ଅଧିକାଂଶ ମାଛ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି।