Odiapua.com

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ‘ଓଡ଼ିଆ ନବବର୍ଷ’ ପାଳିତ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟା ୬ ଘଟିକା ସମୟ ରେ ସହିଦ୍ ସ୍ମୃତି ଭବନ ରେ ଓଡ଼ିଆ ପକ୍ଷ ପାଳନ ଅବସର ରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ,ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ଶୀର୍କା, ଭଦ୍ରକ ଗୋଷ୍ଠି ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ଯୋଗ ଦେଇ ନବବର୍ଷ ରେ ଓଡ଼ିଆ ଅସ୍ମିତା କୁ ସୁଦୃଢ କରିବା ପାଇଁ ସଂକଳ୍ପ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଥଲେ। ଏହି ଅବସରରେ ମନମୋହନ ସଙ୍ଗୀତ ପରିଷଦ, ସାଇ ନୃତ୍ୟ କଳା ଏକାଡେମୀ, ଉତ୍ସବ, ଭଦ୍ରକ ମ୍ୟୁଜୀକ କଲେଜ ର ପିଲାମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।