Odiapua.com

“ଓଡ଼ିଆଭାଷା ରକ୍ଷାର ସେନାପତି ବ୍ୟାସକବି”, ଆମ ମାତୃଭାଷା ପରିଷଦର ମକର ସଂକ୍ରାନ୍ତି ଆସର

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ମକର ସଂକ୍ରାନ୍ତି ଆସର ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ୍ କୁମାର ଦାଶଙ୍କ “ଗୁରୁକୃପା ଭବନ” ରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନିଷ୍ଠିତ ଏହି ଆସରକୁ ମୁଖ୍ୟଅତିଥି ଡ଼ାକ୍ତର ଦୂର୍ଯ୍ୟୋଧନ ଦାସ ଉଦ୍‌ଘାଟନ କରିଥିଲେ। ଆସରରେ “ସଂକ୍ରାନ୍ତି ପୁରୁଷ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଅଧ୍ୟକ୍ଷ ପ୍ରଫେସର ପବିତ୍ର ପାଣିଗ୍ରାହି, ସମ୍ମାନନୀୟ ଅତିଥି ଅଧ୍ୟକ୍ଷ ନିହାର ରଞ୍ଜନ କର, ସାହିତ୍ୟ ଏକାଡ଼େମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ସମାଜସେବୀ ଉପନ୍ଦ୍ରେ ବାରିକ, ଅଧ୍ୟକ୍ଷ ମାଧବଚନ୍ଦ୍ର ଜେନା, ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଅନିଲ୍ କୁମାର ମିଶ୍ର, ବିଧିବକ୍ତା ମନୋରଞ୍ଜନ ଦାସ, ସୁଧାକର ରାଉତ ପ୍ରମୁଖ ଯୋଗଦେଇ ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ଭାଷାର ସେନାପତି ଥିଲେ ତଥା ଜୀବନକାଳ ମଧ୍ୟରେ ଅନେକ କଷ୍ଟ ଓ ଯାତନା ସହି ଭାଷା ରକ୍ଷା ପାଇଁ ହାରିଯାଇ ନଥିଲେ। ଜୀବନଚର୍ଯ୍ୟାରେ ଅସୁସ୍ଥ ରହି ମଧ୍ୟ ମାନସିକ କ୍ଷେତ୍ରରେ ସେ ଅତି ଜିଦ୍‌ଖୋର, ସାହାସୀ ଓ ଚତୁର ଥିଲେ। ତାଙ୍କର ପିଲାଦିନର ନାମ ବ୍ରଜ ଥିଲା ମାତ୍ର ଆଠବର୍ଷ ପରେ ବାଲେଶ୍ୱରର ପୀରଙ୍କ ପାଖରେ ତାଙ୍କର ଜେଜେମା ଫକୀର କରି ଦେଇଥିଲେ ବୋଲି ତାଙ୍କର ନାମ ଫକୀର ମୋହନ ହେଲା ବୋଲି ମତବ୍ୟକ୍ତ କରିଥିଲେ। କବି ତଥା ଶିକ୍ଷୟତ୍ରୀ ଦୀପ୍ତିମୟୀ ସାହୁ ଓ ସରୋଜିନୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଂକ୍ରାନ୍ତି ଆସରରେ ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ସାମ୍ବାଦିକ ପ୍ରମୋଦ ରାୟ, ଜଗନ୍ନାଥ ରାଉତ, ବିପ୍ଲବ କୁମାର ହୋତା, ଶଶିକାନ୍ତ ବେହେରା, ରତିକାନ୍ତ ଦାଶ, ବୈକୁଣ୍ଠ ନାଥ ଓଝା, ଶଶାଙ୍କ ଶେଖର ପଣ୍ଡା, ଅଂଶୁମାନ ସ୍ୱାଇଁ, ନିରନ୍ ନାୟକ, ଶରତ ଚନ୍ଦ୍ର ଜେନା, ରବିନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ପାଢ଼ୀ, ମୁସ୍ତାକ ଗହ୍ୱର, ଶେକ୍ ଅବଦୁଲ୍ ଦୟାନ୍‌, ସାମ୍ବାଦିକ ସାଧନ୍ କୁମାର ଧର୍‌, ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ୍‌, ସୁରେଶ କୁମାର ସାହୁଙ୍କ ସମେତ ପ୍ରାୟ ୬୦ରୁ ଅଧିକ କବି, କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ବେଳେ ସହ ସମ୍ବାଦିକା ମମତାରାଣୀ ଦାଶ ବେଦପାଠ ଓ ମଂଚଞ୍ଚ ପରିଚାଳନା କରିଥିଲେ। ସଂଯୁକ୍ତା ବଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।