Odiapua.com

ଓଟିଏମ ପୁନରୁଦ୍ଧାର : ୧୧୫ କୋଟି ଟଙ୍କା ଏକମାସ ମଧ୍ୟରେ ଦାଖଲ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

କଟକ: ୧୫/୯(ଓଡ଼ିଆ ପୁଅ/ ଅଭୟ ଜେନା )ଓଟିଏମ ର ପୁନରୁଦ୍ଧାର ନେଇ ହାଇକୋର୍ଟରେ ଦାଖଲ ଏକ ମାମଲାର ଶୁଣାଣି କରି ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ଏହି ୧୧୫ କୋଟି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ୩୦ କୋଟି ଓ ଇଡ଼କୋ ୫ କୋଟି, ଏପରି ୩୫ କୋଟି ଟଙ୍କା ଦାଖଲ ହୋଇଥିଲା। ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ହାଇକୋର୍ଟ ରେ ଶୁଣାଣି ହୋଇଥିଲା। ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗରେ ଦର୍ଶାଇ ଥିଲେ।