Odiapua.com

ଓକିଲ ସଂଘ ପକ୍ଷରୁ ଦିବଂଗତ ରାୟ ରାମାନନ୍ଦ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ବରିଷ୍ଠ ଆଇନ୍‌ଜୀବୀ ରାୟ ରାମାନନ୍ଦ ମହାପାତ୍ର ଦେହାନ୍ତରେ ଭଦ୍ରକ ଓକିଲ ସଂଘର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ବରିଷ୍ଠ ଅଧିବକ୍ତା, ଜିଲା ବିଜେପିର ପୂର୍ବତନ ଜିଲା ସଭାପତି, ଜିଲା ଶ୍ରୀରାମ ନବମୀ ମହାଯଜ୍ଞ ସମିତିର ଆଜୀବନ ସଭାପତି, ମନମୋହନ ସଂଗୀତ ପରିଷଦର ସଭାପତି, ନଟରାଜ ନାଟ୍ୟ ସଂସଦର ସଭାପତି ତଥା ବିଶିଷ୍ଟ ନିର୍ଦ୍ଦେଶକ, କଳାକାର ରାୟ ରାମାନନ୍ଦ ମହାପାତ୍ରଙ୍କ ଅକାଳ ବିୟୋଗରେ ଭଦ୍ରକ ଓକିଲ ସଂଘ ତରଫରୁ ନଳାଙ୍ଗ କୋର୍ଟ ପରିସରରେ ଓକିଲ ସଂଘ ସଦନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର ସଭାପତି ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକସଭାରେ ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ଜିଲାଜଜ୍ ଆଶିଷ କୁମାର ତ୍ରିପାଠୀ, ପରିବାର ଅଦାଲତ ବିଚାପତି ପ୍ରଜ୍ଞା ପରମିତା ରାଉଳ, ଆଡହକ ସହକାରୀ ଜିଲା ଜଜ୍ ମିନତୀ ପଣ୍ଡା, ପୋସ୍କୋ ବିଚାରପତି ମୁକ୍ତିକାନ୍ତ ଶତପଥୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଂଗୀତା ପାଣି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଚିନ୍ମୟ ପାଢୀଙ୍କ ସହ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ସ୍ୱର୍ଗତଃ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତଃ ଅମର ଆତ୍ମାର ସଦ୍‌ଗତି ପାଇର୍ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ଉପସଭାପତି ମନୋରଂଜନ ଦାସ, ସହ ସଂପାଦକ ନିକୁଞ୍ଜ ପୁହାଣ, ବାର୍ କାଉନ୍‌ସିଲ ପୂର୍ବତନ ସଦସ୍ୟ ପବନ ଶର୍ମା, ବରିଷ୍ଠ ଅଧିବକ୍ତା ବସନ୍ତ ଦାସ, ଶଶିଭୂଷଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଯତିକାନ୍ତ ନାୟକ, ଯତିନ୍ଦ୍ର କୁମାର ପଣ୍ଡା, ବିଜନ ଜେନା, ଗଦାଧର ବଳ ପ୍ରମୁଖ ବହୁ ଅଧିବକ୍ତା ନିଜର ସ୍ମୃତି ଅର୍ପଣ କରିଥିଲେ ।