Odiapua.com

ଓକିଲ ମାନଙ୍କ ୫ଦଫା ଦାବିନେଇ ଦୁଇଦନିଆ ଆନ୍ଦୋଳନ, କୋର୍ଟ କଚେରୀ ବନ୍ଦ

ମାଲକାନଗିରି, ୧୧ା୨(ଓଡିଆ ପୁଅ ) ଭାରତୀୟ ଆଇନଜୀବୀ ପରିଷଦ ଡାକରାରେ ୫ଦଫାଦାବିନେଇ ମାଲକାନଗିରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ଠାରୁ କୋର୍ଟ ଆଗରେ ଦୁଇଦିଅନିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବିଗୁଡିକ ମଧ୍ୟରେ ମୁଖ୍ୟତ ସମସ୍ତ ବାର ଏସୋସିଏସନକୁ ସମସ୍ତପ୍ରକାର ଅଫିସ ଉପକରଣ ଯୋଗାଇବା, ଓକିଲ ମାନଙ୍କ କଲ୍ୟାଣ ନିମନ୍ତେ ବୀମା ବ୍ୟବସ୍ଥା, ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଓକିଲମାନଙ୍କୁ ସ୍ୱତନ୍ତ୍ର ଭତା, ମୃତ ଓକିଲମାନଙ୍କ ପରିବାରକୁ ସହାୟତା ପ୍ରଦାନ, ଯୋଗ୍ୟତା ସଂପନ୍ନ ଓକିଲମାନଙ୍କୁ ବିଭିନ୍ନପଦବିରେ ନିଯୁକ୍ତିଦେବା, ଆଦିଦାବି ରହିଛି। ଏହି ଆନ୍ଦୋଳନରେ ମାଲକାନଗିରି ଓକିଲ ସଂଘର ସପାଂଦକ ଲମ୍ବୋଧର ତୁର୍କ, ବରିଷ୍ଟ ଓକିଲ ଅନଓର ସାହା, ବିଜୟ ମହାନ୍ତି, ଗୋବିନ୍ଦପାତ୍ର, ଗୋପାଳ ପଣ୍ଡା, ରାମପଟନାୟକ, ଦୀଲିପ ପରିଛା, ଗୌତମ ସରକାର, କୌଳାଶ ପଟନାୟକ, ପ୍ରକାଶ ମହାନ୍ତି, ନୃସିଂହଚରଣ ମହାନ୍ତି, ମାନସ ସ୍ୱାଇଁ, ରାଜେଶ ପଟନାୟକ, ପ୍ରମୁଖ ଶତାଧିକ ଓକିଲ ଏହି ଆନ୍ଦୋନରେ ଉପସ୍ଥିତ ରହି ଜିଲ୍ଲାଦୌରାଜଜ ଅଦାଲତ, ମୁଖ୍ୟ ବିଚାରବିଭଗୀୟ ଦଣ୍ଡଧିକାରୀ(ସିଜିଏମ) କୋର୍ଟ, ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ, (ଏସଡିଜେଏମ) କୋର୍ଟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ(ଜେଏମସି), ଅତିରିକ୍ତ ଜିଲ୍ଲାଦୌରାଜଜ (ଏଡିଜେ)କୋର୍ଟ, ସବ ଜଜ କୋର୍ଟ, ରେଜିଷ୍ଟାର ଫାଷ୍ଟଟ୍ରାକ କୋର୍ଟ, ଜିଲ୍ଲାଆଇନ ସେବା ପ୍ରାଧିକରଣ, ଜିଲ୍ଲାରେ ଥିବା ସମସ୍ତ କୋର୍ଟ ଆଗରେ ଓକିଲ ମାନେ ଆନ୍ଦୋଳନ କରି ଜଜ ମାନଙ୍କୁ କୋର୍ଟଭିତରକୁ ଛାଡି ନଦେବାରୁ ଜଜ ଓ ଅଦାଲତର କର୍ମଚାରି ମାନେ ଅଦାଲତ ଭିତରକୁ ଯାଇ ନପାରି ଫେରି ଯାଇଥିଲେ। ଓକିଲମାନଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କଚେରି ବନ୍ଦ ଥିବାରୁ ବିଭିନ୍ନ ଗ୍ରାମରୁ କୋର୍ଟକଚେରି କୁ ଆସିଥିବା ଅନେକ ଲୋକ ସେମାନଙ୍କ କାମ ନକରିପାରି ନିରାଶ ହୋଇ ଫେରି ଯାଇଥିଲେ। ଆସନ୍ତାକାଲି ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମରହିଛି।